ବ୍ରହ୍ମପୁର (ସମୃଦ୍ଧ ଓଡିଶା ) ଆଜି 75 ତମ ସ୍ୱାଧୀନତା ଦିବସ ଅବସରରେ ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ ) ପକ୍ଷରୁ ବ୍ରହ୍ମପୁର ହିଲପାଟଣା ସ୍ଥିତ ପାର୍ଟି ର ଜିଲ୍ଲା କାର୍ଯ୍ୟାଳୟ ସମେତ ଅଂକୁଲି ଏବଂ ଶିଳ୍ପାଞ୍ଚଳ କାର୍ଯ୍ୟାଳୟ ଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଆଜିର ଏ ପବିତ୍ର ଦିବସରେ ସ୍ୱାଧୀନତା ଆନ୍ଦୋଳନର ବିପ୍ଲବୀ ସହୀଦ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଦେଶର ସମ୍ବିଧାନ, ଗଣତନ୍ତ୍ର, ଏକତା, ଅଖଣ୍ଡତା ଓ ଧର୍ମନିରପେକ୍ଷତା ର ସୁରକ୍ଷା ପାଇଁ ଜନସାଧାରଣ ଏକଜୁଟ ହେବାକୁ ଆହ୍ୱାନ ଦିଆ ଯାଇଥିଲା । ଆଜିର ଏ କାର୍ଯ୍ୟକ୍ରମରେ ସି ପି ଆଇ( ଏମ )ନେତା ବସନ୍ତ ନନ୍ଦ, ଯୁଧିଷ୍ଠିର ବେହେରା, ଗୋପାଳ ପାଣିଗ୍ରାହୀ, ପ୍ରତାପ ଚୌଧୁରୀ, ଏସ ପି ମହାପାତ୍ର, ବାବୁଲା ନାୟକ, ରଞ୍ଜନ ପାତ୍ର, ପୂର୍ଣଚନ୍ଦ୍ର ଦାସ, ହରିବନ୍ଧୁ ନାହାକ, ଚିଟି ବାବୁ, କେଶବ ଗୌଡ଼, ଶ୍ରୀନିବାସ ଦାସ, ଗୌର ସାହୁ, ଯୁଧିଷ୍ଠିର ସାହୁ କଳି ମିଶ୍ର, ଭି କେ ଜାନା ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ:ଜିଲ୍ଲାପ୍ରତିନଧି ନିମାଇଁ ଚରଣ ପଣ୍ଡା