ଜଳେଶ୍ୱର(ସମୃଦ୍ଧ ଓଡିଶା )ସୀମାନ୍ତ ମହୋତ୍ସବରେ ୨୮ ତାରିଖ ଦିବା ଘ୧୦.୩୦ମି. ସମୟରେ ମହୋତ୍ସବ କମିଟିର କାର୍ଯ୍ୟକାରୀ ସଭାପତି କମଳ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ବିଜୟ କୁମାର ନାଥ, ଜଳେଶ୍ୱର ନୋଡାଲ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁନୀଲ କୁମାର ନାୟକ ଓ ଶିକ୍ଷକ ମୁରଲୀ ମୋହନ ପ୍ରଧାନ ପ୍ରମୁଖ ଯୋଗ ଦେଇ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଏହି ଅଭିଯାନରେ ଶିକ୍ଷକ, ପ୍ରତ୍ୟେକ ବିଦ୍ୟାଳୟରୁ ଶିକ୍ଷା ଲାଭ କରି ସରକାରୀ ଓ ବେସରକାରୀ ସଂସ୍ଥାରେ ଯେଉଁମାନେ ଉଚ୍ଚ ପଦ ପଦବୀରେ ଅବସ୍ଥାପିତ ଅଛନ୍ତି, ବଦାନ୍ୟ ବ୍ୟକ୍ତି ବିଶେଷ, ଶିଳ୍ପ ଅନୁଷ୍ଠାନର ମାଲିକ ମାନେ ଯଦି ପ୍ରତ୍ୟେକ ବିଦ୍ୟାଳୟର ପକ୍କାଘର, ନୂତନ ଶ୍ରେଣୀ ଗୃହ, ଷ୍ଟାଫ୍ କମନ୍ରୁମ, ଛାତ୍ରାବାସ, ଭିନ୍ନକ୍ଷମ ମାନଙ୍କ ପାଇଁ ହୁଇଲ ଚେୟାର, ବିଜ୍ଞାନ ପରୀକ୍ଷାଗାର ପାଇଁ ଆବଶ୍ୟକୀୟ ସରଂଜାମ, ପାନୀୟ ଜଳ ଓ ଶୈାଚାଳୟ ପାଇଁ ଯେତିକି ଅର୍ଥ ପ୍ରଦାନ କରିବେ, ସରକାର ଅର୍ଥ ଆଦାୟର ୨ଗୁଣ ଅର୍ଥ ପ୍ରଦାନ କରିବେ ଏବଂ ମୂଳ ଅର୍ଥ ଓ ସରକାରଙ୍କ ଅର୍ଥରେ ବିଦ୍ୟାଳୟର ଉନ୍ନତି ହୋଇ ପାରିବ ବୋଲି ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଜଳେଶ୍ୱର ଅଂଚଳର ୫୨ଟି ବିଦ୍ୟାଳୟରୁ ଏହି କାର୍ଯ୍ୟକ୍ରମ ପାଇଁ ମୋଟ ୧୯ଲକ୍ଷ ୫୨ହଜାର ଟଙ୍କା ଆଦାୟ କରିଯାଇ ଜମା ହୋଇଥିବାର ସୂଚନା ପ୍ରଦାନ କରିଥିଲେ । ରିପୋର୍ଟ : ଭୂପତି କୁମାର ପରିଡା