ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ବର୍ତ୍ତନା ଗ୍ରାମର ଯାଦବେନ୍ଦ୍ର ଦଳାଇ ବାଙ୍ଗାଲୋରରେ (ମହାରାଷ୍ଟ୍ର)ଏକ ସଫ୍ଟଓଏର କାମ୍ପାନିରେ ସିକୁରିଟି ଗାର୍ଡ ଭାବେ ଦୀର୍ଘ ଦିନରୁ କାର୍ଯ୍ୟ କରି ଆସୁଥିଲେ । ମାତ୍ର ଗତ ଜୁଲାଇ ୯ ତାରିଖରେ ତାଙ୍କର ମୃତ୍ୟୁ ହଠାତ ହୋଇ ଥିବା ଖବର ଘର ଲୋକଙ୍କ ପାଖକୁ ଆସିଥିଲା, ସେ ଜଣେ ଭଦ୍ର ଓ ମିଶ୍ଟଭାଶି ଲୋକ ହୋଇଥିବାରୁ ବର୍ତ୍ତନା ଗ୍ରାମରେ ଶୋକର ଛାୟା ଖେଳି ଯାଇଥିଲା । ପରିବାର ଲୋକ ତାଙ୍କ ମୃତ ଦେହ ଘରକୁ ଆଣିବା ପାଇଁ କମ୍ପାନିକୁ ବହୁତ ଅନୁରୋଧ କରିଥିଲେ ସୁଦ୍ଧା କମ୍ପାନି ତାଙ୍କର ମୃତ ଦେହକୁ ପଠେଇ ପାରିବନି ବୋଲି ରୁକଠୁକ ମନା କରି ଦେଇଥିଲା । ପରେ ପରିବାର ଓ ଗ୍ରାମର କେତେକ ବ୍ୟକ୍ତି ବର୍ତ୍ତନା ସରପଞ୍ଚ ପଦ୍ମଲୋଚନ ବେହେରାଙ୍କୁ ମୃତ ଶରୀର ଘରକୁ ଆଣିବା ପାଇଁ ଅନୁରୋଧ କରିବାରୁ ସରପଞ୍ଚ ଶ୍ରୀ ବେହେରା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପ୍ରବକ୍ତା ତଥା ସମାଜସେବୀ ସୁଦର୍ଶନ ଦାସଙ୍କୁ ଅନୁରୋଧ କରିବାରୁ ସେ ଦୁଇ ବନ୍ଧୁ ଜଣେଇବାରୁ ସେମାନଙ୍କ ପ୍ରଚେଷ୍ଟାରେ ଆଜି ଆମ୍ବୁଲାନ୍ସ ଯୋଗେ ଯାଦବେନ୍ଦ୍ରଙ୍କ ମୃତ ଶରୀର ବର୍ତ୍ତନା ଗ୍ରାମ ତାଙ୍କ ଘରେ ପହଞ୍ଚିବା ପରେ ଶବଦାହ ହୋଇଛି । ସେଥିପାଇଁ ବର୍ତ୍ତନା ସରପଞ୍ଚ ପଦ୍ମଲୋଚନ ବେହେରା ଓ ସୁଦର୍ଶନ ଦାସଙ୍କୁ ପରିବାର ଲୋକ ସହ ଅଞ୍ଚଳ ବାସୀ ଅଭିନନ୍ଦନ ଜଣାଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା