

ଜଳେଶ୍ଵର (ସମୃଦ୍ଧ ଓଡିଶା) ବିଶ୍ୱ ଶ୍ରମିକ ଦିବସ ଅଵସରରେ ସୀମାନ୍ତ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଜିଲ୍ଲା ଦାନ୍ତୁନ ବ୍ଲକରେ ସୁନାକଣିଆ ଅଞ୍ଚଳର ବାଇପାଟଣା ସୁବର୍ଣ୍ଣରେଖା ମୈତ୍ରୀ ଉତ୍ସବ ପଡ଼ିଆରେ ଅଲ ଇଣ୍ଡିଆ ଅଗ୍ରଗାମୀ ହେଣ୍ଡିକ୍ୟାପ ସମିତି ପଶ୍ଚିମବଙ୍ଗ ପକ୍ଷରୁ ଗତ କାଲି ସନ୍ଧ୍ୟାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସମ୍ବାଦ-ଆମ ଓଡ଼ିଶା ଓ ଜିଲ୍ଲା ରକ୍ତଦାତା ସଙ୍ଘ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଅଲ ଇଣ୍ଡିଆ ଅଗ୍ରଗାମୀ ହେଣ୍ଡିକ୍ୟାପ ସମିତିର ସାଧାରଣ ସମ୍ପାଦକ ଶ୍ରୀକାନ୍ତ ମିର୍ଦ୍ଦାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରକୁ ଓଡ଼ିଶା ରକ୍ତକେନ୍ଦ୍ର ବାଲେଶ୍ଵର ଜିଲ୍ଲାର ଡାକ୍ତର ମହେଶ କୁମାର ବିଶ୍ବାଳ ଓ ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ କୁମାର ଚକ୍ରବର୍ତ୍ତୀ ମିଳିତ ଭାବେ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ସାଙ୍ଗଠନିକ ସମ୍ପାଦକ ମନୋରଞ୍ଜନ ଦାସ, ସତ୍ୟବ୍ରତ ପ୍ରଧାନ, ସମାଜସେବୀ ନଗେନ୍ଦ୍ର ଜେନା, ସୁଦାମ ପାତ୍ର, ରବୀନ୍ଦ୍ର ବାରିକ, ଲକ୍ଷ୍ମୀଧର ବାରିକ, ତପନ ଜେନା, ଅଭିଜିତ ପ୍ରଧାନ, ବିଶ୍ୱଜିତ ପ୍ରଧାନ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରୁ ମୋଟ ୩୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।
ରିପୋର୍ଟ : ଭୂପତି ପରିଡା