ସୁନେତ୍ରା ଯୋଜନାର କାର୍ଯ୍ୟକାରୀ ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ସୁନେତ୍ରା ଯୋଜନାର କାର୍ଯ୍ୟକାରୀ ସମ୍ବନ୍ଧୀୟ ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଛତ୍ରପୁର ଡିପିସି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଛି । ଏହି ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ. ସନାତନ ପଣ୍ଡା, ବ୍ରାଇଣ୍ଡନେଓ ସୋସାଇଟିର ଡାକ୍ତର ଏସ.କେ.ବେହେରା, ଶଙ୍କର ଚକ୍ଷୁ ଚିକିତ୍ସାଳୟର ଡାକ୍ତର ଅରବିନ୍ଦ ମହାନ୍ତି, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଡାକ୍ତର ଜିତେନ୍ଦ୍ର ମୋହନ ବେବର୍ତ୍ତା, ସର୍ବ ଶିକ୍ଷା ଅଭିଯାନର ଜିଲ୍ଲା ସଂଯୋଜିକା ବିନିତା ସେନାପତି ଯୋଗଦେଇ ସୁନେତ୍ର ଯୋଜନା କାର୍ଯ୍ୟକାରି କରିବାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି । ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ସର୍ବଶିକ୍ଷା ଅଭିଯାନ ଅନୁକୁଲ୍ୟରେ ୨୦୧୨-୧୩ ଠାରୁ ବାଲଜ୍ୟୋତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରି ସେମାନଙ୍କୁ ମାଗଣାରେ ଚଷମା ପ୍ରଦାନ କରାଯାଉଥିଲା । ଏବେ କିନ୍ତୁ ବାଲଜ୍ୟୋତି ଯୋଜନା ବଦଳରେ ସୁନେତ୍ର ଯୋଜନା କାର୍ଯ୍ୟକାରୀ କରାଯିବ । ବାଲଜ୍ୟୋତି ଯୋଜନାରେ କ୍ୟାମ୍ପ କରି ଡାକ୍ତରଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀମାନଙ୍କ ଚକ୍ଷୁ ପରୀକ୍ଷା କରାଯାଉଥିଲା । ତେବେ ସୁନେତ୍ର ଯୋଜନାରେ ବିଇଓ ଓ ସିଆରସିସିମାନେ ନିଜ ବ୍ଲକ ଅଞ୍ଚଳରୁ ଦୃଷ୍ଟି ଶକ୍ତି ବାଧିତ ପିଲାଙ୍କୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରିବେ । ଅଗଷ୍ଟ ମାସ ଆରମ୍ଭରୁ ନିଜ ନିଜ ବ୍ଲକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକୁ ଚିହ୍ନଟ ହୋଇଥିବା ଦୃଷ୍ଟି ଶକ୍ତି ବାଧିତ ଛାତ୍ରଛାତ୍ରୀମାନଙ୍କୁ ପଠାଇବା ନିମନ୍ତେ ଅତିରିକ୍ତ ଜିଲ୍ଲପାଳ କବିନ୍ଦ୍ର କୁମାର ସାହୁ କହିଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା