ସୁନ୍ଦରୀ ଅଭିନେତ୍ରୀଙ୍କ ବିବାହକୁ ନେଇ ହାଲାଗୁଲା …

ମୁମ୍ବାଇ(ନିପ୍ର)ବଲିଉଡ ଜଗତରେ ଅଭିନେତ୍ରୀଙ୍କୁ କିଏ  ବିବାହ ହେବ କେବେ ବିବାହ ହେବ ଖବର ଆସିଯାଏ ଯୁବ ସମାଜରେ  ଏହା ଏକ ପ୍ରମୁଖ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟି ଯାଏ।ବଲିଉଡ୍‌ର ବାଜିରାଓ ମସ୍ତାନିର  ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମଧ୍ୟରେ  ବିବାହର ଖବର ଗତ କିଛି ମାସ ହେଲା ଚର୍ଚ୍ଚାର ବିଷୟ ହୋଇ ରହିଛି । ଏ ଦୁହେଁ କେବେ ବିବାହ ବନ୍ଧନରେ ବାନ୍ଧି ହେବେ ସେ ନେଇ ଦୁହିଁଙ୍କ ପ୍ରଶଂସକ ଅନାଇ ବସିଛନ୍ତି । ପୂର୍ବରୁ ନଭେମ୍ବର ୨୦ରେ ଦୁହେଁ ଇଟାଲିରେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା। ଏବେ ତାରିଖରେ ପରିବର୍ତ୍ତନ ହୋଇଛି। ଏ ଦୁହେଁ ନଭେମ୍ବର ୨୦ ନୁହେଁ ବରଂ ନଭେମ୍ବର ୧୩ରେ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ସୂଚନା ମିଳିଛି ।ବିବାହର ତାରିଖ ସାମ୍ନାକୁ ଆସିଥିବା ବେଳେ ଦୁହିଁଙ୍କ ପ୍ରଶଂସକ ଏବେ ଉତ୍ସାହିତ ଥିବା ଜଣା ପଡ଼ିଛି । ବିବାହର ତାରିଖ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ଦୁହେଁ କେଉଁଠି ବିବାହ କରିବେ ତାହା ସ୍ଥିର କରାଯାଇ ନାହିଁ । କିନ୍ତୁ ଏବେ ମଧ୍ୟ ସ୍ଥାନ ଠିକ୍‌ କରାଯାଇଥିବା ସୂଚୀରେ ଇଟାଲି ପ୍ରଥମ ପସନ୍ଦ ରହିଥିବା ଜଣା ପଡ଼ିଛି । ପ୍ରକୃତରେ ସେମାନେ କେଉଁଠି ବିବାହ କରିବେ ତାହା କିଛି ଦିନ ପରେ ହିଁ ସ୍ପଷ୍ଟ ହୋଇ ପାରିବ ବୋଲି ଆଶା କରାଯାଉଛି ।