ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲା ଅମେଚର ବଡିବିଲଡିଂ ଆସୋସିଏସନ ପକ୍ଷରୁ ରାଜେଶ ବଡିବିଲଡିଂଜିମ ସହଯୋଗରେ ଗଞ୍ଜାମ ଜିଲା ବରିଷ୍ଠ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ହିଲପାଟଣାସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଆୟୋଜିତ ପ୍ରତିଯୋଗୀତାକୁ ବ୍ରହ୍ମପୁର ଏସପି ପିନାକ୍ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ଏଏସପି ପ୍ରଭାତ ରାଉତରାୟ ଯୋଗ ଦେଇଥିବା ବେଳେ ସମ୍ମାନୀତଅତିଥି ଭାବେ ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କୁକୁଡାଖଣ୍ଡି ବ୍ଳକ ଚେୟାରମ୍ୟାନ କାମାକ୍ଷା ପ୍ରସାଦ ପାତ୍ର, ପ୍ରସନ୍ନ କୁମାର ଦାଶ, ପୋଲସରା ଏନଏସି କାର୍ଯ୍ୟନିବାହୀ ଅଧିକାରୀ ଇନ୍ଦିରାମଣୀ ପଟ୍ଟନାୟକ ମଞ୍ଚାସୀନ ଥିଲେ । ବି. ଭେନୁଗୋପାଳ ରାଓ, ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ଉମାଚରଣ ଶତପଥି, ସୋମନାଥ ନନ୍ଦ, ନାରାୟଣ ସାହୁ, ଏସ ରାଜେଶବାବୁ ଆଚାରୀ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ । ଆସୋସିଏସନର ସଭାପତି ସତ୍ୟନାରାୟଣ ସ୍ୱାଇଁ, ପାଟ୍ରନ୍ ପ୍ରଦୀପ କୁମାର ଶତପଥି, ଯୁଗ୍ମ ସମ୍ପାଦକ ଗଙ୍ଗାଧର ପାତ୍ର, ଡି.ବ୍ରଜମୋହନ ପାତ୍ର, ଜଗନ୍ନାଥ ପ୍ରସାଦ ସାହୁ, ଦିଦିଲତା ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ । ଷ୍ଟେଜ୍ମାର୍ସଲ ଭାବେ ସନ୍ତୋଷ କୁମାର ଆଚାରୀ, ଶିବ ଶଙ୍କର ସାହୁ, ଅମରଜିତ୍ ପଟ୍ଟନାୟକ, ଡ.ଶୁଭ୍ରାଂସୁ ଶେଖର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗୀତାରେ ଜିଲାର ବିଭିନ୍ନଅନୁଷ୍ଠାନର ୭୫ ଜଣ ପ୍ରତିଯୋଗୀତା ଭାଗନେଇଥିଲେ । ଏହି ପ୍ରତିଯୋଗିତାରେ ଏସ. ଅଜିତକୁମାର ପାତ୍ର ପ୍ରଥମ ସ୍ଥାନ ହାସଲ କରିଛନ୍ତି । ସେହିପରି ଗତ ଦୁଇଦିନ ଧରି ଭୁବନେଶ୍ୱରସ୍ଥିତ ଭଞ୍ଜମଣ୍ଡପ ଠାରେ ଅନୁଷ୍ଠିତ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଶ୍ରୀ ପାତ୍ର ୫ମ ସ୍ଥାନ ହାସଲ କରି ଗଞ୍ଜାମର ଗୌରବ ଆଣିଛନ୍ତି । ଏହି ସଫଳତା ପାଇଁ ଜିଲ୍ଲା ଭାରୋତ୍ତଳନ ସଂଗଠନର ଉପଦେଷ୍ଟା ବରିଷ୍ଠସାମ୍ବାଦିକ ରବି ରଥ ଶ୍ରୀ ପାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା