

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭୁବନେଶ୍ୱରରେ ଏକ ରାଜ୍ୟସ୍ଥରୀୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରତିଯୋଗିତାରେ ଓଡିଶାର ପ୍ରତ୍ୟେକ କୋଣ ଅନୁକୋଣରୁ ୩୫୦ ଖେଳାଳି ଭାଗ ନେଇଥିଲେ l ପ୍ରତ୍ୟେକ ଜିଲ୍ଲାରୁ ବଛା ବଛା ପ୍ରତିଯୋଗୀଙ୍କୁ ଚୟନ ହୋଇ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ l ଏହି ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରର ୧୫ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ l JSW ଗଞ୍ଜାମ ଛତ୍ରପୁର କ୍ଳବ ତରଫରୁ ମଧ୍ୟ ୧୫ ଜଣ ବଛା ବଛା ଖେଳାଳି ଏହି ସୁପର ସ୍ଵିଇମିଂ ଚାମ୍ପିୟନ ସିପ ପ୍ରତିଯୋଗିତାରେ ଭାଗ ନେଇଥିଲେ l ପ୍ରତିଯୋଗିତାର ଶେଷରେ JSW ଗଞ୍ଜାମ ଛତ୍ରପୁର କ୍ଲବ ପକ୍ଷରୁ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ଜି.ତୁଷାର ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଛନ୍ତି l ପ୍ରଥମ ସ୍ଥାନ ହାସଲ ପରେ ପୁରସ୍କାରରେ ତାଙ୍କୁ ସ୍ବର୍ଣ୍ଣ ପଦକ ସହିତ ଅର୍ଥରାଶି ପ୍ରଦାନ କରାଯାଇଥିଲା l ଏହି କୃତିତ୍ୱରେ ସ୍ଵିଇମିଂ କୋଚ ଦୀପକ କିଶାନ, ପରିବାର ବର୍ଗ ଏବଂ ସହପାଠୀ ବିଜୟୀ ତୁଷାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି l