ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ରଞ୍ଜନ ଗୋଗୋଇ

ଜଷ୍ଟିସ୍ ରଞ୍ଜନ ଗୋଗୋଇ ଆଜି ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଜଷ୍ଟିସ୍ ରଞ୍ଜନ ଗୋଗୋଇ ଆଜି ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି।  ସେ ଦେଶର ୪୬ତମ ପ୍ରଧାନ ବିଚାରପତି । ୨୦୧୧ ଫେବ୍ରୁଆରୀ ୧୨ ତାରିଖରେ ଜଷ୍ଟିସ୍ ଗୋଗୋଇ ପଞ୍ଜାବ ଓ ହରିଆଣା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଇଥିଲେ। ୨୦୧୨ ଏପ୍ରିଲ୍ ୨୩ ତାରିଖରେ ସେ ସୁପ୍ରିମ୍‌କୋର୍ଟର ବିଚାରପତି ହୋଇଥିଲେ।ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଭାବେ ସେ ୧ ବର୍ଷ ୧ ମାସ ୧୪ ଦିନ କାର୍ଯ୍ୟ କରିବେ। ୨୦୧୯ ନଭେମ୍ବର ୧୭ ତାରିଖରେ ସେ ଅବସର ଗ୍ରହଣ କରିବେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶପଥପାଠ କରାଇଥିଲେ।୨୦୧୧ ଫେବ୍ରୁଆରୀ ୧୨ ତାରିଖରେ ଜଷ୍ଟିସ୍ ଗୋଗୋଇ ପଞ୍ଜାବ ଓ ହରିଆଣା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଇଥିଲେ। ୨୦୧୨ ଏପ୍ରିଲ୍ ୨୩ ତାରିଖରେ ସେ ସୁପ୍ରିମ୍‌କୋର୍ଟର ବିଚାରପତି ହୋଇଥିଲେ।ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଭାବେ ସେ ୧ ବର୍ଷ ୧ ମାସ ୧୪ ଦିନ କାର୍ଯ୍ୟ କରିବେ। ୨୦୧୯ ନଭେମ୍ବର ୧୭ ତାରିଖରେ ସେ ଅବସର ଗ୍ରହଣ କରିବେ। ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ଦୀପକ ମିଶ୍ରଙ୍କ କାର୍ଯ୍ୟକାଳ ଗତକାଲି ଶେଷ ହୋଇଥିଲା।