ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ଶୁକ୍ରବାର ଦିନ ତମାମ ସୁବର୍ଣ୍ଣରେଖା ନଦୀର ଜଳପତ୍ତନ ବଢି ଆଜି ଦିନ ୧୧ଟାରେ ବିପଦ ସଂକେତ ଉର୍ଦ୍ଧ୍ୱରେ ପ୍ରବାହିତ ହୋଇଛି । ଦୀର୍ଘ ୩ ଘଣ୍ଟା ଧରି ୧୦.୩୭ ମିଟର ରହିଥିବା ବେଳେ ସଂଧ୍ୟାବେଳକୁ ଖସୁଥିଲେ ମଧ୍ୟ ତଳିଆ ଅଂଚଳରେ ପାଣି ବଢି ଚାଲିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ମଧ୍ୟ ଚାନ୍ଦିଲିରେ ୬ଟି ଫାଟକ ଖୋଲାଥିବା ବେଳେ ୩୫ହଜାର କ୍ୟୁସେକ୍ ପାଣି ପ୍ରବାହିତ ହେଉଛି । ସେହିପରି ଗାଲୁଡିହି ଠାରେ ୧୧ଟି ଫାଟକ ଖୋଲାଥିବା ବେଳେ ୮୦ହଜାର କ୍ୟୁସେକ୍ ପାଣି ନିଷ୍କାସନ ହେଉଥିବା କେନ୍ଦ୍ରୀୟ ଜଳ ଆୟୋଗଙ୍କ ରିପୋର୍ଟରୁ ପ୍ରକାଶ । ଉପର ମୁଣ୍ଡରେ ଅଧିକ ବର୍ଷା ନଥିଲେ ମଧ୍ୟ ପୂର୍ବରୁ ହୋଇଥିବା ବର୍ଷା ବନ୍ୟାପରିସ୍ଥିତି ସୃଷଷ୍ଟି କରିଥିବାରୁ ଏବେ ତାହା ଜଳପତ୍ତନ ବଢାଇଥିବାର କାରଣ ହୋଇଥିଲା । ପ୍ରକାଶାଯୋଗ୍ୟ ସୁବର୍ଣ୍ଣରେଖା ନଦୀର ଆଦୌ ଶ।ଖା ନଦୀ ନଥିବାରୁ ବହୁୁ ଉପନଦୀ ଦ୍ୱାରା ସୁବର୍ଣ୍ଣରେଖା ନଦୀ ପ୍ଲାବିତ ହୋଇଥାଏ । ଜଳେଶ୍ୱର ତଳ ଅଞ୍ଚଳର ବାଇଗଣବାଡିଆ, ଝାଡପିମ୍ପଳ, ଖ।ଲିନା, ପଶ୍ଚିମବାର୍ଡ, ନାମ୍ପେ।, ସମ୍ପେତ୍ତିନଆ, ନେତୁଆ, ରାୟାଁରାମଚନ୍ଦ୍ରପୁର, ପାଇକସିଦା ଓ ଗଡସାହି ବାଲିଆପାଳ ଅଂଚଳର ୨୫ଟି ଗାଁ ବନ୍ୟାପ।ଣି ଘେରରେ ରହିଛି । ସୁବର୍ଣ୍ଣରେଖଶ ନଦୀର କେତେକ ସ୍ଥାନରେ ଖାଦ୍ୟ ବିନିମୟରେ କାମ (ଟେଷ୍ଟ ରିଲଲିଫ ଏମ୍ବାକ୍ମେଣ୍ଟ) କଲା ବେଳେ ଅନ୍ୟକେତେକ ସ୍ଥାନରେ ନାହିଁଁ । ଏଏକ ହିସବରୁ ପ୍ରକାଶ ପ୍ରାୟ ୮୦ କିମି ନଦୀ କୂଳେ କୂଳେ ବନ୍ଧ ଥିବା ବେଳେ ୪୫ କିମିରେ କୌଣସି ବନ୍ଧ ନାହିଁ । ପୁଣି ଜଳେଶ୍ୱର ଅଞ୍ଚଳରେ ଥିବା ୨୪ଟି ଖାଳ ଦ୍ୱାରା ନଦୀର ବନ୍ୟାପାଣି ସମତଳକୁ ମାଡିଯାଇ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଏବେ ବର୍ଷାପରେ ଲୋକେ ପଲିଥିନ ଓ ଖାଦ୍ୟପାଇଁ ଡହଳବିକଳ ହେଉଥିବା ବେଳେ ପ୍ରଶାସନ ସେମାନଙ୍କ ନିକଟରେ ପହଞ୍ଚିନଥିବା ଅବିଯୋଗ ହେଉଛି ।
ରିପୋର୍ଟ : ଭୂପତି ପରିଡା