

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଆସିଡିଏସ୍ର ସିଡିପିଓ ଦିପ୍ତିମୟୀ ପୋଥାଳ ଆଜି ଜଳେଶ୍ୱରସ୍ଥିତ ସୁବର୍ଣ୍ଣା ମହାସଂଘ କାର୍ଯ୍ୟାଳୟରେ ପହଞ୍ଚି ଛତୁଆ ପ୍ରସ୍ତୁତିକରଣର ମାନ ଯାଞ୍ଚ କରିଥିଲେ । ସରକାରଙ୍କ ନିୟମ ଅନୁଯାୟୀର ପ୍ରତ୍ୟେକ ମାସ ୨୩ ତାରିଖକୁ ପ୍ରସ୍ତୁତିକରଣର ମାନ ପରୀକ୍ଷା ଓ ଯାଞ୍ଚ କରିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଅଛି । ତଦନୁଯାୟୀ ସୁବର୍ଣ୍ଣା ମହାସଂଘର ଛତୁଆ ପ୍ରସ୍ତୁତି କରଣ ପାଇଁ ସିଡିପିଓ ନିଜେ ଯାଇଥିବା ବେଳେ ତାଙ୍କ ସହିତ ବାଲେଶ୍ୱର ଡିପିସି ବାମଦେବ ପାଣିଗ୍ରାହୀ, ମହିଳା ପରିଦର୍ଶୀକା ସ୍ନେହଲତା ଦାସ, ପାର୍ବତୀ ହେମ୍ବ୍ରମ ଓ ସୁନୀତା ଟୁଡୁ ପ୍ରମୁଖ ଏହି ଯାଞ୍ଚ ଟିମରେ ସାମିଲ ଥିଲେ । ସଂଘର ସମସ୍ତ ରେକର୍ଡପତ୍ର ମଧ୍ୟ ତନଖି କରିଥିଲେ । ଉଲ୍ଲେଖଯୋଗ୍ୟ ଏଠାରେ ପ୍ରସ୍ତୁତ ଛତୁଆକୁ ୨୩୫୦ଜଣ ପିଲା (୦ରୁ ୩ବର୍ଷ) ଓ ୮୮୬ଜଣ ଗର୍ଭବତୀ ପ୍ରସୂତୀଙ୍କ ଲାଗି ପ୍ରେରଣ କରାଯାଇଥାଏ । ଯାଞ୍ଚ ସମୟରେ ୬୩ କୁଣ୍ଟାଲ ଗହମ, ୧୩ କ୍ୟୁଣ୍ଟାଲ ବୁଟ, ୧୦ କ୍ୟୁଣ୍ଟାଲ ଚିନାବାଦାମ, ୧୫ କ୍ୟୁଣ୍ଟାଲ ଚିନି ମହଜୁଦ ଥିବା ଜଣାଯାଇଛି । ଯାଞ୍ଚ ପରେ ସିଡିପିଓ ସନ୍ତୋଷ ପ୍ରକାଶ କରିଥିବା ସମ୍ବାଦଦାତାଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ । ଉକ୍ତ ତନଖି ସମୟରେ ମହାସଂଘର ସଭାପତି ନିୟତି ରାଜ, ସଂପାଦିକା ବନୀତା ଗିରିଙ୍କ ସହିତ ସମସ୍ତ ସଦସ୍ୟାମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡ଼ା