

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଚନ୍ଦ୍ରଶେଖରପୁର ‘ସୁରକ୍ଷା’ ଅନୁଷ୍ଠାନ ପକ୍ଷରୁ ଆଜି ପୂର୍ବାହ୍ନରେ ସ୍ଥାନୀୟ ନିଳାଦ୍ରି ବିହାରସ୍ଥିତ ଶୋଭନୀୟ ଶିକ୍ଷାଶ୍ରମଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ‘ସୁରକ୍ଷା’ର ସମ୍ପାଦକ କେଶବ ରଣାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲାଏନ୍ସ ଗଭର୍ଣ୍ଣର ବିଶ୍ୱନାଥ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁଧାଂଶୁ ମହାପାତ୍ର, ସୁକାନ୍ତ ରାଉତ,ରବିନ୍ଦ୍ରନାଥ ପଟ୍ଟନାୟକ, ପଦ୍ମଲୋଚନ ସାହୁ, ସରୋଜିନୀ ମହାନ୍ତି, ରେବତୀ ସ, ନିର୍ମଳ ଚନ୍ଦ୍ର ମଲ୍ଲିକ, ସୁକନ୍ତ ଗିରି, ପବିତ୍ର ସ୍ୱାଇଁ, କୈଳାସ ଚନ୍ଦ୍ର ଜେନା, ମମତା ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଅନୁଷ୍ଠାନର କାର୍ଯ୍ୟକାରି ମିଲି ରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶୋଭନୀୟ ଆଶ୍ରମର ସମସ୍ତ ଗୁରୁମା ଓ ବିଦ୍ୟାର୍ଥୀ ଯୋଗଦେଇଥିଲେ ।
ରିପୋର୍ଟ : ଆକାଶ ମିଶ୍ର