![ସୁରତରୁ ୨୦୦ ଓଡ଼ିଆଙ୍କୁ ଧରି ୪ଟି ବସ୍ ଆସୁଛି ଛତ୍ରପୁର…](https://i0.wp.com/www.samrudhaodisha.com/wp-content/uploads/2020/04/WhatsApp-Image-2020-04-28-at-6.08.22-AM.jpeg?fit=1024%2C569&ssl=1)
ଛତ୍ରପୁର (ସମୃଦ୍ଧ ଓଡିଶା) ସୁରତରେ ଥିବା ଗଞ୍ଜାମ ଜିଲ୍ଲାର ଓଡ଼ିଆ ଶ୍ରମିକଙ୍କ ଅନୁରୋଧ କ୍ରମେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହେଲା ପରେ ଆଜି ଗୁଜୁରାଟର ସୁରତ ସହରରୁ ଓଡ଼ିଆମାନଙ୍କୁ ନେଇ ୪ଟି ବସ ଛତ୍ରପୁର ଆସୁଛି । ଗଞ୍ଜାମ ଜିଲ୍ଲାର ଯୁବକ ମାନେ କେଉଁ ଆବହମାନ କାଳରୁ ଶ୍ରମିକ ଭାବେ ସୁରତରେ ସୁତା କାମ କରି ଦୁଇ ପଇସା ରୋଜଗାର କରି ଆସୁଛନ୍ତି । ହଟାତ ଲକଡାଉନ ହେବାରୁ ନିଜ ଗ୍ରାମକୁ ଫେରି ନ ପାରି ସୁରତରେ ରହିଗଲେ । ଫଳରେ କାମ ଧନ୍ଦା ମଧ୍ୟ ମିଳିଲା ନାହିଁ । ଯାହା ପଇସା ସଞ୍ଚୟ ରଖିଥିଲେ ତାହା ବି ସରିଗଲା । ଭୋକ ଉପବାସରେ ରହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୋସିଆଲ ମିଡିଆରେ ଗୁହାରି ଜଣାଇଲେ । ଫଳରେ ମୁଖ୍ୟମନ୍ତ୍ରୀ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କୁ ଗଞ୍ଜାମ ଫେରିବାର ବ୍ୟବସ୍ଥା କରିଛନ୍ତି । ସେମାନେ ୪ ବସରେ ଆଜି ଆସୁଛନ୍ତି ।ଏଠାରେ ପହଞ୍ଚିବା ପରେ ସେମାନଙ୍କୁ କ୍ଵାରେଣ୍ଟାଇନରେ ୧୪ ଦିନ ରଖାଯିବ ବୋଲି ପ୍ରଶାସନ ସୂତ୍ରରୁ ଜଣାପଡିଛି । ୪ଟି ଯାତ୍ରୀବାହୀ ବସରେ ପାଖାପାଖି ୨୦୦ରୁ ଅଧିକ ଯାତ୍ରୀ ଆସୁଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ, ଓଡ଼ିଶା ଫେରିବାକୁ ଚାହୁଁଥିବା ସମସ୍ତ ବ୍ୟକ୍ତିମାନଙ୍କର ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି । ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖିବା ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ଯୋଗାଇ ଦିଆଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା