ସୁରତରେ ପଶିଥିବା ଓଡ଼ିଆଙ୍କୁ ସାହାର୍ଯ୍ୟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଭାରତୀୟ ଜନତା ପାର୍ଟି ପାଇଁ ଓଡ଼ିଶାରେ ସର୍ବେ ସର୍ବା ହୋଇଥିବା ଓ ପ୍ରଧାନମନ୍ତ୍ରୀଙ୍କର ପ୍ରିୟପାତ୍ର ହୋଇଥିବା ଦେଶର ପ୍ରଭାବଶାଳୀ ଯୁବ ନେତା କେନ୍ଦ୍ର ଇସ୍ପାତ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୁରତରେ ପଶିଥିବା ଗଞ୍ଜାମ ଜିଲ୍ଲାର ଓଡ଼ିଆ ଲୋକମାନଙ୍କୁ ଏହି ଲକ ଡାଉନ ସମୟରେ ସାହାର୍ଯ୍ୟ ଯୋଗାଇ ଥିବାରୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସାର ପାତ୍ର ହୋଇଛନ୍ତି । କିଛି ଦିନ ତଳେ ସୁରତ ସହରରେ ଓଡ଼ିଆ ମାନେ ଦେଶରେ ଜାରି ହୋଇଥିବା ଲକଡାଉନ ଯୋଗୁଁ ପଇସା ସରି ଯାଇଥିବାରୁ ଖାଇବାକୁ ମଧ୍ୟ ପାଇପାରୁ ନ ଥିବା ଓ ଗାଁକୁ ଫେରିବାକୁ ଗୁହାରି କରୁଥିବା ଦୃଶ୍ୟ ଭାଇରଲ ହୋଇଥିଲା । ଏମାନେ ବିଶେଷ କରି ଗଞ୍ଜାମ ଜିଲ୍ଲାର ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀମାନଙ୍କୁ ଗୁହାରି କରିବା ଦେଖିବାକୁ ମିଳୁଥିଲା । ଲାକଡାଉନ ପାଇଁ ସୁରତରେ ଫସିଥିବା ଏହି ଓଡ଼ିଆ ଲୋକଙ୍କର ନିଵେଦନକୁ ଅସହ୍ୟ ମନେ କରି ଜିଲ୍ଲାର ନେତାମାନେ ସେମାନଙ୍କ ପ୍ରିୟମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଣାଇଥିଲେ । ସେମାନେ ସୁରତ ନିକଟସ୍ଥ ଡାଇମାଣ୍ଡ ନଗରରେ ରହନ୍ତି । ମନ୍ତ୍ରୀ ପ୍ରଧାନ ଏହା ଶୁଣିବା କ୍ଷଣି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣିଙ୍କ ସହ କଥାବାର୍ତ୍ତା ହେଲା ପରେ ଆଜି ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ସାମଗ୍ରୀ ଓ ରାସନ ଜିନିଷ ପହଞ୍ଚି ଥିବାରୁ ସେହି ଓଡ଼ିଆମାନେ ବିଶେଷ ଉପକୃତ ହୋଇଛନ୍ତି । ଏଥିପାଇଁ ସେମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଘୁମୁସର ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଲ୍ଲିକ, ପିଙ୍କି ପ୍ରଧାନ ଆଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା