ସୁର୍ଯ୍ୟାଲୋକ ସଂଗଠନ ପକ୍ଷରୁ ସଡ଼କ ସୁରକ୍ଷା ସଚେତନ…

ଯାଜପୁର (ସମୃଦ୍ଧ ଓଡିଶା) ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୁର୍ଯ୍ୟାଲୋକ ସମାଜ ସେବା ସଂଗଠନ ପକ୍ଷରୁ ଏକ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସୁରକ୍ଷା ସଚେତନତା ଅଭିଯାନରେ ସୁର୍ଯ୍ୟାଲୋକ ସମାଜସେବା ସଂଗଠନ ଯାଜପୁର ଥାନା ସହଯୋଗରେ ସମାଜର ଲୋକମାନଙ୍କୁ ସୁରକ୍ଷା ସଚେତନତା ଉପରେ ବାର୍ତ୍ତା ଓ ଟ୍ରାଫିକ ନିୟମ ଉପରେ ସଚେତନ କରାଇବା ଉଦେଶ୍ୟରେ ସଂଗଠନ ପକ୍ଷରୁ ଏକ ରାଲି ଥାନାରୁ ବାହାରି ସହର ପରିକ୍ରମା କରି ମାନସଆ ପୋଲ ନିକଟରେ ପହଞ୍ଚିଥିଲା । ଏହି କାର୍ଯ୍ୟକ୍ରମରେ ଯାଜପୁର ଥାନା ଅଧିକାରୀ ଆଶିଷ କୁମାର ସାହୁ ଓ ଥାନା ସହକର୍ମୀ ପୂର୍ଣ୍ଣ ସହାୟତା କରିଥିଲେ । ଶେଷରେ ଏହି କାର୍ଯ୍ୟକ୍ରମରେ ଯମରାଜ (ଶରତ ଚନ୍ଦ୍ର ବେହେରା)ସହର ପରିକ୍ରମା କରି ସୁରକ୍ଷା ବାର୍ତ୍ତା ଦେବା ସହ ଗାଡି ଆରୋହି ମାନଙ୍କୁ ସୁର୍ଯ୍ୟାଲୋକ ପରିବାର ସଦସ୍ୟଙ୍କ ସହ ମିଶି ଡଟ ପେନ ବାଣ୍ଟି ଥିଲେ । ଏହି କାର୍ଯ୍ୟକ୍ରମରେ ସୁର୍ଯ୍ୟାଲୋକ ପରିବାର ପକ୍ଷରୁ ଦେବେନ୍ଦ୍ର ନାଥ ବଳ, ପ୍ରତାପ କୁମାର ନାୟକ, ସ୍ମୃତିରଂଜନ ସ୍ୱାଇଁ, ଅମ୍ବିକା ପ୍ରସାଦ ଧଳ, ବସୁବନ୍ଧୁ ଦାସ, ଅମର ସାହୁ, ଆଲୋକ କୁମାର ଓଝା, ବିବେକ ସାହୁ, ସୁବ୍ରତ ସ୍ୱାଇଁ, ଶ୍ରୀରାମ ପତି, ଦେବପ୍ରସାଦ ବେହୁରିଆ, ପ୍ରଦୀପ ରାଉତ, ତ୍ରିନାଥ ନାୟକ, ସୌଭାଗ୍ୟ ପଣ୍ଡା, ପ୍ରିୟବ୍ରତ ମିଶ୍ର, ପ୍ରଶାନ୍ତ ମହାରାଜ, ଐସୂର୍ଯ୍ୟ ମହାଳିକ, ଦେବୀପ୍ରସନ୍ନ ପତି, ଅକ୍ଷୟ ସାହୁ, ସ୍ମିତା ମହାନ୍ତି, ପ୍ରାଚୀ ପ୍ରତ୍ୟସା ସେଠି, ନିରଞ୍ଜନ ସାହୁ, ସତ୍ୟଜିତ ପଣ୍ଡା, ଚନ୍ଦ୍ରନାରାୟନ ଦାସ, ବିଶ୍ଵଦେଵ ମହାନ୍ତି, ମନୋଜ ବେହେରା, ଆଶୁତୋଷ ବଳ, ବିଶ୍ଵଜିତ ମଲିକ, ଏସ କେ ଅବଦୁଲ ମୁକ୍ତାର ଓ ଲୋକେଶ ପଣ୍ଡା ପ୍ରଭୃତି ସହଯୋଗ କରିଥିଲେ ।

ରିପୋର୍ଟ : ବସୁବନ୍ଧୁ ଦାସ