

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସୁଲକ୍ଷଣାଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମିନତୀ ଦେହୁରୀ, ପରିଚାଳନା କମିଟି ସଭାପତି ପ୍ରତାପ କୁମାର ପଣ୍ଡା ବରିଷ୍ଠ ଶିକ୍ଷକ ନରସୀମା ବେଗମ, ଅମିତା ରଥ, ସ୍ନେହଲତା ତ୍ରିପାଠୀ ଏବଂ ଅନ୍ୟ ଶିକ୍ଷକ ବୃନ୍ଦ ଓ କର୍ମଚାରୀମାନକ ଉପସ୍ଥିତିରେ ଗ୍ରୀଷ୍ମ ପ୍ରବାହ ନିମନ୍ତେ ଆଲୋଚନା କରାଯାଇଥିଲା ଏବଂ କିପରି ସର୍ବସାଧାରଣ ଲୋକମାନେ ଖରାରୁ ରକ୍ଷା ପାଇବେ, ଏଥିସହ ସରକାର ନିୟମ ଅନୁଯାଇ ସକାଳ ୧୦ଟାରୁ ଅପରାହ୍ନ ୪ଟା ମଧ୍ୟରେ ଘରୁ ବାହାରକୁ ନଯିବା ଓ ସାଙ୍ଗରେ ଛତା, ପାଣି ବୋତଲ ଇତ୍ୟାଦି ବ୍ୟବହାର କରାଯିବା ଉପରେ ପ୍ରଧାନ ଶିକ୍ଷୟତ୍ରୀ ସମସ୍ତଙ୍କୁ ସ୍କୁଲ ମଧ୍ୟରେ ସୂଚନା ଦେଇଥିଲେ ।ଶେଷରେ ଜଳଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ଓ ଅନେକ ବାଟୋଇ ଭାଇ ଭଉଣୀମାନେ ଜଳଛତ୍ର ପାନୀୟକୁ ଉପଭୋଗ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି