

ଢେଙ୍କାନାଳ (ସମୃଦ୍ଧ ଓଡିଶା) ସ୍ଥାନୀୟ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟତ୍ରୀ ମିନତୀ ଦେହୁରୀ ଅଧ୍ୟକ୍ଷତା କରି ହିନ୍ଦୀ ଦିବସର ତାତ୍ପର୍ଯ୍ୟ ସମ୍ବନ୍ଧରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ନସିମ ଆରା ବେଗମ ଓ ହିନ୍ଦୀ ଶିକ୍ଷୟତ୍ରୀ ଶ୍ରୀମତୀ ଉର୍ମିଳା କର ହିନ୍ଦୀ ଭାଷାର ପ୍ରସାର ପ୍ରଚାର ପାଇଁ ଛାତ୍ରୀମାନଙ୍କର ମୁଖ୍ୟ ଭୂମିକା ରହିଛି ବୋଲି ସୂଚାଇ ଥିଲେ । ଏହାସହ ଏଥିରେ ଅନ୍ୟ ଶିକ୍ଷୟତ୍ରୀମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ ବୋଲି ପ୍ରଧାନ ଶିକ୍ଷୟତ୍ରୀ ମିନତୀ ଦେହୁରୀ ଜଣାଇଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି
