

ଢେଙ୍କାନାଳ (ସମୃଦ୍ଧ ଓଡିଶା) ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ଅମିତା କୁମାରୀ ରଥ ଦୀର୍ଘ ୩୦ ବର୍ଷର ଶିକ୍ଷକତା ପରେ କର୍ମରୁ ଅବସର ଗ୍ରହଣ କରିଛନ୍ତି । ସେ ଥିଲେ ଜଣେ ଛାତ୍ରବତ୍ସଳା, କର୍ତ୍ତବ୍ୟନିଷ୍ଠ, ସ୍ନେହଶୀଳା, ଧୈର୍ଯ୍ୟଶୀଳା ଏବଂ ଆଦର୍ଶ ଶିକ୍ଷୟତ୍ରୀ, ତାଙ୍କର ଅବସରକାଳୀନ ସଭା ଆଜି ସୁଲକ୍ଷଣା ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟର ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟ ତଥା ପୂର୍ବତନ ସଭାପତି ମାନେ ଯୋଗଦାନ କରିଥିଲେ । ବିଦ୍ୟାଳୟର ଶିକ୍ଷୟତ୍ରୀ ଗଣ ତଥା ଛାତ୍ର ଛାତ୍ରୀମାନେ ବିଦାୟୀ ଶିକ୍ଷୟତ୍ରୀଙ୍କର ବିଭିନ୍ନ ଗୁଣଗାନ କରିଥିଲେ । ଏହି ଉତ୍ସବରେ ବିଦାୟୀ ଶିକ୍ଷୟତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭାପତିମାନଙ୍କୁ ମାନପତ୍ର ଏବଂ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା ।
ରିପୋର୍ଟ : ଶୁଭମ କୁମାର ପାଣି

