

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସ୍ଥାନୀୟ ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପୂର୍ଣ୍ଣ ଉପସ୍ଥାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରି ଶ୍ରୀମତୀ ମିନତୀ ବେହାରୀଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ପ୍ରତାପ କୁମାର ପଣ୍ଡା ଯୋଗ ଦେଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଏ ଦିବସର ତାତ୍ପର୍ଯ୍ୟ ସମ୍ବଦ୍ଧରେ ଅଭିଭାବକମାନଙ୍କୁ ଉତ୍ସାହିତ କରାଯାଇଥିଲା । ପରିଶେଷରେ ପିଲାମାନଙ୍କୁ ପୁସ୍ତକ ଓ ଚକେଲେଟ ବଣ୍ଟନ କରାଯାଇଥିଲା । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ନସିମାରା ବେଗମ ଓ ବୀଣାପାଣି ମିଶ୍ର ଛାତ୍ରୀମାନଙ୍କୁ ଏ ସମ୍ବଦ୍ଧରେ ଆଲୋକପାତ କରାଇଥିଲେ । ଏହି ଅବସରେ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ, କର୍ମଚାରୀଗଣ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି


