ସୁଲକ୍ଷଣା ଦେବୀ ସରକାର ବାଳିକା ଉଚ୍ଚ ବିଦ୍ୟାଳୟର ବୈଠକ ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଅଭିଭାବକ ଓ ଅଭିଭାବକା ତଥା ବରିଷ୍ଠ ନାଗରିକ ମଞ୍ଚର ସଭ୍ୟମାନଙ୍କୁ ନେଇ ଆଜି ସ୍ଥାନୀୟ ଦଧିବାମନ ମଠ ପ୍ରାଙ୍ଗଣରେ ଏକ ସାଧାରଣ ବୈଠକ କରାଯାଇଛି । ଚଳିତ ବର୍ଷ ସରକାରଙ୍କର ନିୟମ ଅନୁସାରେ ଢେଙ୍କାନାଳ ବାଳିକା ଉଚ୍ଚ ବିଦ୍ୟାଳୟରେ ଛାତ୍ରମାନଙ୍କ ମିଶ୍ରଣକୁ ନେଇ ଜନ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଏହା ପୂର୍ବରୁ ଏହି ବିଷୟକୁ ନେଇ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗ, ପ୍ରତ୍ୟେକ ଗଣମାଧ୍ୟମ ଓ ଜିଲ୍ଲା ଓକିଲ ସଂଘକୁ ଲିଖିତ ଆକାରରେ ଜଣାଯାଇଥିଲା ଏହାର ତୁରନ୍ତ ବିଚାର କରାଯାଇ ନଥିବାରୁ ବାଳିକାମାନେ ନିଜକୁ ସୁରକ୍ଷୀତ ମଣୁ ନ ଥିବାରୁ ଏବଂ ଅଭିଭାବକ ମହଲରେ ଘୋର ଅସନ୍ତୋଷ ହେବା ଯୋଗୁ ପୁନର୍ବାର ବିଚାର କରାଯିବା ପାଇଁ ବୈଠକରେ ପ୍ରସ୍ତାବ ଗ୍ରହଣ କରାଗଲା । ଏଥିରେ ପରିଚାଳନା କମିଟିର ସଭାପତି ପ୍ରତାପ କୁମାର ପଣ୍ଡା, ବୁଦ୍ଧିମନ୍ତ ସାହୁ, ମମତା ମହାପାତ୍ର, ସୁକାନ୍ତି ନାଏକ, ମୀନା ନାଏକ, ମାନିନୀ ନାଏକ, ଲିଲି ନାଏକ, ରାଜୀବ କର, ଧନେଶ୍ୱର ସାମଲ, ବିବେକାନନ୍ଦ ଷଡ଼ଙ୍ଗୀ, ପ୍ରଦୀପ କୁମାର ପଟ୍ଟନାୟକ, ଲଳିତ ସାମଲ ସମେତ ବହୁ ସଦସ୍ୟ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି