ଜଳେଶ୍ୱର (ସମୃଦ୍ଧ ଓଡିଶା) ଏକଧାରରେ ବିଧାୟିକା, ମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଏବଂ ଜଣେ ବାଗ୍ମୀ ତଥା ଦେଶପ୍ରେମୀ ମହିଳା ସୁଷମା ସ୍ୱରାଜଙ୍କୁ ସମ୍ମାନ ଜଣାଇ ଦୀନକୃଷ୍ଣ କଲେଜର ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ରାଷ୍ଟ୍ରବାଦୀ ରାଜନେତା ସ୍ୱର୍ଗତ ସୁଷମା ସ୍ୱରାଜ ଦେଶମାତ୍ରୁକାର କାର୍ଯ୍ୟକରି ଅମର ରହିଥିବାରୁ ଭବିଶ୍ୟତରେ ସମସ୍ତେ ତାଙ୍କୁ ପ୍ରାତଃସ୍ମରଣ କରିବେ ବୋଲି ବକ୍ତାମାନେ କହିଥିଲେ । ଏହି ଅବସରରେ ବିଦ୍ୟାର୍ଥୀ ପରିଷଦର ଜିଲା ଛାତ୍ରୀ ନେତ୍ରୀ ଦିପାଞ୍ଜଳି ପାତ୍ର, ନଗର ସଯଯୋଜକ, ନିଳକଣ୍ଠ ପାତ୍ର, କଲେଜ ୟୁନିଟ୍ ସଭାପତି ସତ୍ୟବାନ ଚାନ୍ଦ, ପୂର୍ଣ୍ଣିମା ପାତ୍ର, କାଳିଚରଣ ରାଜ, ସୋନାଲୀ ବାରିକ ପ୍ରମୁଖ ଯୋଗ ଦେଇଥିଲେ । ଅଧ୍ୟକ୍ଷ ରମେଶ ରାଉତ ଓ ବହୁ ଅଧ୍ୟାପକା ଏଥିରେ ଯୋଗ ଦେଇ ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ବିଗତ ଦିନର ସ୍ମୃତିଚାରଣ କରିଥିଲେ । ପରେ ଏବିଭିପି ଛାତ୍ରଛାତ୍ରୀଙ୍କ ଦ୍ୱାରା ସୀମାନ୍ତରେ କାର୍ଯରତ ସୈନିକଙ୍କ ଲାଗି ରାକ୍ଷୀ ପଠାଯିବାର ବ୍ୟବସ୍ଥା ହୋଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା