


ଛତ୍ରପୁର (ସମୃଦ୍ଧ ଓଡିଶା) ପୂର୍ବତନ ବୈଦେଶିକ ମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ୱରାଜଙ୍କ ବିୟୋଗରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ସୁଷମା ସ୍ୱରାଜଙ୍କ ଅମର ଆତ୍ମାର ସଦଗତି କାମନା କରି କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଛି । ଏହି ଶୋଭାଯାତ୍ରା ସ୍ଥାନୀୟ ଠାକୁରାଣୀ ମନ୍ଦିର ଛକ ଠାରୁ ବାହାରି ଲୋୟର ବସଷ୍ଟାଣ୍ଡ ପର୍ଯ୍ୟନ୍ତ କରାଯାଇଥିଲା । ଏହି କ୍ୟାଣ୍ଡଲ ଶୋଭାଯାତ୍ରାରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ଜନସାଧାରଣ ସାମିଲ ହୋଇଥିଲେ । ଏହାପରେ ଲୋୟର ବସଷ୍ଟାଣ୍ଡ ଠାରେ ଓକିଲ ପ୍ରଦୀପ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ କରାଯାଇଥିଲା । ଏହି ସଭାରେ ଛତ୍ରପୁର ଓକିଲ ସଂଘ ସଭାପତି କେ. ଶିବ ରେଡ୍ଡୀ, ନାଗରିକ କମିଟି ସମ୍ପାଦକ ସୁଧୀର ସାହୁ, ଶ୍ରମିକ ନେତା ପ୍ରଶାନ୍ତ କର, ଓକିଲ କାହ୍ନୁ ଚରଣ ସାହୁ, ଲକ୍ଷ୍ମୀ ନାରାୟଣ ପଣ୍ଡା, ରୁଇନା ପଟ୍ଟନାୟକ, ଅମରେଶ ମହାରଣା ପ୍ରମୁଖ ସାମିଲ ହୋଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା







