ସୁସ୍ଥ ପରିବାର ଓ ସମାଜ ଗଠନରେ ମା ମାନଙ୍କର ଭୁମିକା ଗୁରୁତ୍ୱପୂର୍ଣ୍ଣ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଣେ ମା, ମାର ପ୍ରଚେଷ୍ଟା, ସ୍ନେହ ଶ୍ରଦ୍ଧା, କତ୍ତବ୍ୟନିଷ୍ଠା ଓ ଦୃଢ ମାନସିକତା ବଳରେ ଜଣେ ମା ସୁସ୍ଥ ପରିବାର ଓ ସମାଜ ଗଠନ କରିପାରେ ବୋଲି ଆଜି ସ୍ୱର୍ଗତ ପାରୁଲ ବାଲା ଚନ୍ଦଙ୍କ ସ୍ମୃତିଚାରଣ ସଭାରେ ବିଶିଷ୍ଠ ଅତିଥିଭାବେ ମତବ୍ୟକ୍ତ କରିଛନ୍ତି । କମର୍ଦ୍ଦା ଥାନା ଅନ୍ତର୍ଗତ ନାଚିନ୍ଦା ଗାଁର ସ୍ୱର୍ଗତ ବ୍ରଜେନ୍ଦ୍ର କୁମାର ଚନ୍ଦଙ୍କ ସହଧର୍ମିଣୀ ସ୍ୱର୍ଗତ ପାରୁଲବାଲା ଚନ୍ଦ ଗତ ୨୦ ତାରିଖରେ ଇହଲୀଳା ସମ୍ବରଣ କରିଥିବାରୁ ଆଜି ତାଙ୍କ ଗାଁରେ ଅନୁଷ୍ଠିତ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ସାହିତ୍ୱକାର ପ୍ରଫେସର ବିପିନ ବିହାରୀ ବିଶ୍ୱାଳ କହିଲେ ମା ଏକ ସ୍ପଷ୍ଟ ଉଚ୍ଚରିତ ଶବ୍ଦ ଯାହାର ପ୍ରତିବଦଳ ଶବ୍ଦ ନ ଥାଏ । ଶିଶୁ ଟିକଏ ଭୂମିଷ୍ଠ ହେଲାବେଳେ ମା ଶବ୍ଦ ଉଚ୍ଚରଣ କରିଥାଏ ଏବଂ ମାଟିଏ ତାର ଶିଶୁପାଇଁ ରକ୍ଷାକବଚ ବୋଲି କହିଥିଲେ । ମୁଖ୍ୟ ଅତିଥିଭାବେ ବାଲେଶ୍ୱର ସାଂସଦ ଇଂ ରବିନ୍ଦ୍ର କୁମାର ଜେନା ଯୋଗ ଦେଇ ଜଣେ ମା ସୁଦ୍ଧ ପରିବାର ଓ ସମାଜ ଗଠନ କରିପାରେ ଏଥିପାଇଁ ପାରୁଲ ବାଲା ଏକ ଉଦାହରଣ ବୋଲି କହିଥିଲେ । ମା ର ନିଷ୍ଠା ଓ ଆଧ୍ୟାତ୍ମିକତା ତାର ଶିଶିକୁ ଅଧିକ ଶକ୍ତିଶାଳି କରିଥାଏ ବୋଲି କହିଥିଲେ । ମୁଖ୍ୟ ବକ୍ତାଭାବେ ସମ୍ବାଦର ଉତ୍ତର ଓଡିଶା ସଂସ୍କରଣର ମୂଖ୍ୟ ଗୌତମବୁଦ୍ଧ ଦାସ ଯୋଗଦେଇ ଭାରତୀୟ ସଂସ୍କୃତିରେ ନାରୀ ଓ ମା ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଯେଉଁ ମା ଅଧିକ ସଚେତନ ଓ ସମାଜପାଇଁ ସାଧନା ରହିଛି ତାଙ୍କ ସୃଷ୍ଟ ପିଲାମାନେ ନିଶ୍ଚୟ ସମାଜରେ ଉଦାହରଣ ହୋଇ ପାରନ୍ତି ବୋଲି କହିଥିଲେ । ବିଶିଷ୍ଟ ସ୍ିମ୍ଭକାର ତଥା ଆଗାମୀ ଓଡିଶାର ଆବାହକ ସୁଦର୍ଶନ ଦାସ ଯୋଗ ଦେଇ ମାର ସ୍ନେହ ଓ ତାର ଶ୍ରଦ୍ଧା ଅନାବିଳ ପ୍ରାକୃତିକ ସମ୍ପଦ ବୋଲି ଅଭିହିତ କରିଥିଲେ । ଉତ୍କଳ ଭାରତର ସଭାପତି ତଥା ପୂର୍ବତନ ସାଂସଦ ଐର ଖାରବେଳ ସ୍ୱାଇଁ ମଧ୍ୟ ଉପସ୍ଥିତ ହୋଇ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ଦିଗମ୍ବରୀଦେବୀ ଗ୍ରୁପ ଅଫ ଇନିଷ୍ଟିଚ୍ୟୁସନର ପ୍ରତିଷ୍ଠାତା ଅଜିତ୍ କୁମାର ମହାନ୍ତି, ସମାଜସେବୀ ଶରତ କୁମାର ପରିଡା, ଚନ୍ଦ ପରିବାରର ଅନ୍ୟତମ ମୁଖ୍ୟ ଅନିଲ କୁମାର ଚନ୍ଦ ଓ ଅତୁଲ କୁମାର ଚନ୍ଦ ଡ. ପ୍ରଫୁଲ୍ଲ ଦେ, ସତ୍ୟବ୍ରତ ପ୍ରଧାନ ପ୍ରମୁଖ ପାରୁଲବାଲା କିପରି ସମଗ୍ର ଚନ୍ଦ ପରିବାରର ଜଣେ ମା ହୋଇପାରିଥିଲେ ତାହା ବର୍ଣ୍ଣନା କରିଥିଲେ । ଅରୁଣ କୁମାର ଚନ୍ଦ ଏ ସଂପର୍କରେ ସୂଚନା ଓ ମାର ମମତା ସଂପର୍କରେ ପ୍ରକାଶ କରିଥିଲେ । ଏଥିରେ ରାଜଶ୍ରୀ ଚାନ୍ଦ, ଗୋପାଳ ବେଜ୍, ସମ୍ଭାନୁଥ ପ୍ରଧାନ, ଅଶୋକ କୁମାର ଦତ୍ତ, ଖଗେନ୍ଦ୍ର ବିସି, ପ୍ରଶାନ୍ତ ଜେନା, ବାପି ଦେ, ଅବିନାଶ ଚନ୍ଦ, ମନୋଜ ଚାନ୍ଦ, ଗଣେଶ ଚାନ୍ଦ, ଗୋପାଳ କୃଷ୍ଣ ଜେନା, ବରଦାମଣି ଜେନା, ବାଣିଶ୍ରୀ ଜେନା, ନିବେଦିତା ଚନ୍ଦ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ । ମଝିଆଁପୁଅ ଅବନୀ କୁମାର ଚନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାକାର୍ଯ୍ୟ ପୂର୍ବରୁ ସମାଜର ବାଲେଶ୍ୱର ଶାଖା ପରିଚାଳକ ମଧୁସୂଦନ ଦାସ, ବରିଷ୍ଠ ସାମ୍ବାଦିକ ଓ ସମାଜସେବୀ ସତ୍ୟଶିବ ଦାସ, ଜଳେଶ୍ୱରର ବିଧାୟକ ଅଶ୍ୱିନୀ ପାତ୍ର, ମାନସ ଜେନା, ତରଣୀ ଭୂୟାଁ, ବାର୍ର ସଭାପତି ଚିନ୍ମୟ ଦାସ, ଜିଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ. ରମାକାନ୍ତ ଭଂଜ, ଇଂ ସୁବିମଳ ଜେନା, ପୂର୍ବତନ ଜିଲା ପରିଷଦ ସଦସ୍ୟ ସାନ୍ତନୁ ପଟ୍ଟନାୟକ, ପ୍ରାଣକୃଷ୍ଣ ଦେ, ବିଜେପି ନେତା ପରେଶ ନାୟକ, ଜଳେଶ୍ୱର ଓ ଭୋଗରାଇର ବହୁ ସାମ୍ବାଦିକ ପ୍ରମୁଖ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗ କରି ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା