ଦଶରଥପୁର (ସମୃଦ୍ଧ ଓଡିଶା) ଯାଜପୁରର କେତେକ ସହୃଦ ବ୍ୟକ୍ତି ବିଶେଷ ଓ ସ୍ଵେଚ୍ଛାସେବୀ ମାନଙ୍କୁ ନେଇ ନୂତନ ଭାବରେ ଗଢ଼ି ଉଠିଥିବା “ସୂର୍ଯ୍ୟାଲୋକ ସମାଜ ସେବା” ପକ୍ଷରୁ ଆଜି ଦଶରଥପୁର ସ୍ଥିତ ନେତାଜୀ ଦିବ୍ୟାଙ୍ଗ(ଦୃଷ୍ଟିହୀନ) ବିଦ୍ୟାଳୟରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ସଭାପତି ଦେବେନ୍ଦ୍ର ନାଥ ବଳଙ୍କ ସଭାପତିତ୍ୱରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଛଟିଆ ବଟର ମହନ୍ତ, ସନ୍ତୋଷ କୁମାର ଦାସ, ମୁଖ୍ୟବକ୍ତା ଭାବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ଶିକ୍ଷକ ଭୂପତି ଭୂଷଣ ମିଶ୍ର, ସମ୍ମାନିତ ଅତିଥି ଭାବରେ ଜଣେ ବିଶିଷ୍ଟ ସମାଜସେବୀକା ଅଂଯୁକ୍ତା ପଣ୍ଡା, ସୁନୀଲ ମହାରାଜ ଓ ବିଦ୍ୟାଳୟର ପ୍ରତିଷ୍ଠାତା ସୁରେନ୍ଦ୍ର ଦାସ ଯୋଗ ଦେଇଥିଲେ । ସୂର୍ଯ୍ୟାଲୋକ ସମାଜସେବା ତରଫରୁ ଉପସଭାପତି ପ୍ରତାପ କୁମାର ନାୟକ, ସମ୍ପାଦକ ସ୍ମୃତିରଞ୍ଜନ ସ୍ୱାଇଁ, ସହସମ୍ପାଦକ ଆମ୍ବିକା ପ୍ରସାଦ ଧଳ, ପରିଚାଳକ ବସୁବନ୍ଧୁ ଦାସ ଓ ପ୍ରମୁଖ ସଭ୍ୟବୃନ୍ଦ ଅମର ସାହୁ, ଆଲୋକ କୁମାର ଓଝା, ପ୍ରିୟରଞ୍ଜନ ପରିଡା, ଚନ୍ଦ୍ର ନାରାୟଣ ଦାସ, ସତ୍ୟ ସନ୍ଦିବିଘ୍ର, ଲୋକନାଥ ସାହୁ, ଦେବୀପ୍ରସାଦ ବେହୁରିଆ, ଚକ୍ରଧର ସାହୁ, ନିରଂନଜନ ସାହୁ, ପ୍ରଶାନ୍ତ କୁମାର ପ୍ରହରାଜ, ପିତାମ୍ବର ସାମଲ, ଲୋକେଶ ପଣ୍ଡା, ସୁଭଲଷ୍ମୀ ରାଉତ, ସ୍ମିତା ମହାନ୍ତି, ପ୍ରାଚୀ ପ୍ରତ୍ୟସା ସେଠି ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପିଲାମାନଙ୍କୁ କମ୍ବଳ, ସପ ଇତ୍ୟାଦି ବଣ୍ଟନ କରାଯିବା ସହ ଦୃଷ୍ଟିହୀନ ଭାଇ ଭଉଣୀ ମାନଙ୍କ ଦ୍ୱାରା ଗୀତ ନାଚ ପରିବେଷଣ କରାଯାଇଥିଲା । ଶେଷରେ ସୂର୍ଯ୍ୟାଲୋକ ପରିବାର ତରଫରୁ ସମସ୍ତ ସଭ୍ୟ ସଭ୍ୟ।ମାନେ ସୂର୍ଯ୍ୟ ଯେପରି ପାତର ଅନ୍ତର ନ କରି ତାର ଆଲୋକ ପ୍ରଦାନ କରିଥାଆନ୍ତି ସେହିପରି ଏହି ପରିବାର ଆନ୍ତରିକ ଓ ନିଃସ୍ୱାର୍ଥପର ଭାବରେ ସମାଜ ପାଇଁ କାମ କରିବାକୁ ବଜ୍ର ଶପଥ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।