

ଯାଜପୁର (ସମୃଦ୍ଧ ଓଡିଶା) ସମାଜରେ ମଣିଷ ହେଉଛି ସାମାଜିକ ପ୍ରାଣୀ । ପ୍ରତ୍ୟେକ ମଣିଷ ଅନ୍ୟ ମଣିଷ ଉପରେ ନିର୍ଭର କରିଥାଏ । ସମସ୍ତେ ପରସ୍ପର ଉପରେ ନିର୍ଭରଶୀଳ କିନ୍ତୁ ଜନୈକ ଦିବ୍ୟାଙ୍ଗ ‘ଜଗା’ କାହା ଉପରେ ବୋଝ ନ ହୋଇ ଆତ୍ମ ନିର୍ଭରଶୀଳ ହୋଇ ପାରିଛି । ଇଶ୍ୱରଙ୍କ ସୃଷ୍ଟି ବଡ଼ ବିଚିତ୍ର, ଜଗା ଯେ କେତେ ଆତ୍ମ ନିର୍ଭରଶୀଳ ଓ କେତେ ସ୍ୱାଭିମାନୀ ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ । ସୂର୍ଯ୍ୟାଲୋକ ସମାଜ ସେବା ପରିବାର ତରଫରୁ ଜଗାକୁ ଫୋନ ହୋଇଥିଲା ଓ ତାକୁ ପଚରା ଯାଇଥିଲା ସେ ଲକଡାଉନ ସମୟରେ କେମିତି ଚଳୁଛି ବୋଲି । ସେ କହିଲା ମୁଁ ଅସୁବିଧାରେ ଅଛି । ଏହା ଶୁଣି ସୂର୍ଯ୍ୟାଲୋକ ସମାଜ ସେବାର ସଦସ୍ୟ ଜଗା ପାଖରେ ପହଞ୍ଚି ତାକୁ ପରିବାର ତରଫରୁ ଚୁଡା, ମୁଢି, ଚିନି, ବିସ୍କୁଟ, ଚାଉଳ, ଆଳୁ, ପିଆଜ, ଡାଲି, ତେଲ, ସାବୁନ ଆଦି ପ୍ରଦାନ କରିଛନ୍ତି ବୋଲି ଵସୁବନ୍ଧୁ ଦାସ ଜଣାଇଛନ୍ତି ।
ରିପୋର୍ଟ : ବସୁବନ୍ଧୁ ଦାସ
