
ଯାଜପୁର(ସମୃଦ୍ଧ ଓଡିଶା) ଆଜି ପୁଣ୍ୟତୟା ବୈତରଣୀ କୂଳରେ ଅବସ୍ଥିତ ସପ୍ତ ମାତୃକା ମନ୍ଦିର ସନ୍ନିକଟ ଦଶ୍ୱାସମେଧ୍ ଘାଟଟି ପୌରାଣିକ ଦୃଷ୍ଟିରୁ ଏବଂ ଆଧ୍ୟାତ୍ମିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ତାହା ଏବେ ଅପରିସ୍କୃତ ଅବସ୍ଥାରେ ପଡ଼ିଥିବାରୁ ଉଦବେଗ ପ୍ରକାଶ କରି ସୂର୍ଯ୍ୟାଲୋକ ସମାଜ ସେବା ସଂଗଠନ ପକ୍ଷରୁ ଘାଟ ଟିକୁ ପରିଷ୍କାର ତଥା ସଫା କରାଯାଇଛି ଓ ପରବର୍ତ୍ତୀ ସମୟରେ ମାସରେ ୨ଥର ଘାଟ ସଫା କରିବା ସହ ଉକ୍ତ ଘାଟଟିକୁ ପରିଷ୍କାର ପରିଛନ୍ନ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବା ସହ ଜନ ସଚେତନ ସୃଷ୍ଟି କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।
ରିପୋର୍ଟ :ଵାସୁବନ୍ଧୁ ଦାସ