

ଯାଜପୁର (ସମୃଦ୍ଧ ଓଡିଶା) ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ସୂର୍ଯ୍ୟାଲୋକ’ର ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ବରୁଆଁ ଥାନା ଆଗରେ ଥିବା ଆଦିବାସୀ ବସ୍ତିରେ ସଦର ଥାନାଧିକାରୀଙ୍କ ସହଯୋଗରେ ଲକଡାଉନ ଯୋଗୁଁ ଖାଦ୍ୟ ପାଇ ପାରୁ ନ ଥିବା ଗରିବ ଆଦିବାସୀମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶରେ ଜାରି ରହିଥିବା ଲକଡାଉନ ଯୋଗୁଁ ଗରିବ, ଖାତିକିଆ, ଶ୍ରମିକ, ଦିନମଜୁରିଆ ତଥା ଆର୍ଥିକ ଅନଗ୍ରସର ଆଦିବାସୀମାନେ କାମ ଧନ୍ଦା ନ ପାଇ ଉପାର୍ଜନ ନ ଥିବାରୁ ଭୋକ ଉପବାସରେ ଛଟପଟ ହେଉଥିବା ବେଳେ ସେମାନଙ୍କ ଅବସ୍ଥା ଶୁଣିବା ପାଇଁ କେବଳ ସ୍ୱେଚ୍ଛାସେବୀ ସଂଗଠନ ମାନେ ତତ୍ପର ହୋଇଥାନ୍ତି । ସରକାରୀ କର୍ମଚାରୀମାନଙ୍କ ଦ୍ୱାରା ସରକାର ଦୟାଦ ହୋଇ ଯାହା ପଠାଇଥାନ୍ତି ତାହା ସମୁଦ୍ରକୁ ଶଙ୍ଖେ ପାଣି ଓ ସମସ୍ତଙ୍କୁ ମିଳେନା । ଭୋକ ଉପବାସରେ ଲକଡାଉନ ବେଳେ ହନ୍ତସନ୍ତ ହେଉଥିବା ଏହି ଅସହାୟଙ୍କ ପାଇଁ କେବଳ ସ୍ୱେଚ୍ଛାସେବୀ ସଂଗଠନ ଆଗେଇ ଆସିଥାନ୍ତି । ମଣିଷ ପଣିଆ ଦେଖାଇ ଏପରି ସମୟରେ ଦେବଦୂତ ସାଜି ପହଞ୍ଚି ଯାଇଥାଏ ଏହି ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ସୂର୍ଯ୍ୟାଲୋକ’ ଭଳି ସମାଜ ସେବା ସାମାଜିକ ସଂଗଠନର ସଦସ୍ୟମାନେ । ସୂର୍ଯ୍ୟାଲୋକ ସମାଜ ସେବା ପରିବାର ତରଫରୁ ତାଙ୍କ ପାଇଁ ଚୁଡା, ମୁଢି, ବିସ୍କୁଟ, ଚାଉଳ, ଆଳୁ ଓ ପିଆଜ ଆଦି ପ୍ରଦାନ କରାଯାଇଛି ।
ରିପୋର୍ଟ : ବସୁବନ୍ଧୁ ଦାସ

