ଜଳେଶ୍ୱର (ସମୃଦ୍ଧ ଓଡିଶା) ମହାମାରୀ କରୋନାର ତାଣ୍ଡବ ଚାଲିଥିବା ସମୟରେ ଏନ.ପି.ଏସ.ନୋଡାଲ ବିଦ୍ୟାଳୟ ସେକସରାଇ ର ପୂର୍ବତ୍ତନ ଛାତ୍ର ସଙ୍ଗଠନ ରକ୍ତର ଅଭାବ ପୂରଣ ପାଇଁ ସେମାନଙ୍କର ମହାନତା ଦେଖାଇ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ସେକସରାଇ ଏନ.ପି.ଏସ. ନୋଡାଲ ବିଦ୍ୟାଳୟ ପରିସରରେ ଗତକାଲି ତା-୨୩/୫/୨୦ ରିଖ ପୂର୍ବାହ୍ନରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରକୁ ଆନୁଷ୍ଠାନିକ ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପଲତା ଭୂୟାଁ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବାଲେଶ୍ଵର ଜିଲ୍ଲା ରକ୍ତଦାତା ସଂଘ ସଭାପତି କମଲ ଚକ୍ରବର୍ତ୍ତୀ, ବାଲେଶ୍ଵର ରକ୍ତ ଭଣ୍ଡାର ଡାକ୍ତର ମହେଶ୍ କୁମାର ବିଶ୍ଵାଳ ଓ ଜଳେଶ୍ଵର ବିକାଶ ପରିଷଦର ସମ୍ପାଦକ ମନୋରଞ୍ଜନ ଦାସ ଉପସ୍ଥିତ ହୋଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ମୋଟ ୨୭ ଇଉନିଟ ରକ୍ତ ସଂଗ୍ରହ କରା ଯାଇଥିଲା । ପୂର୍ବତନ ଛାତ୍ର ତଥା ସମାଜସେବୀ ଅରୁଣ ସେନାପତିଙ୍କ ନେତୃତ୍ୱରେ ଅଜୟ ମହାନ୍ତି, ସତ୍ୟନାରାୟଣ ମହାନ୍ତି, ଚନ୍ଦନ ଗିରି, ଶିବ ଶଙ୍କର ଦାସ, କାର୍ତ୍ତିକ ଚନ୍ଦ୍ର ପାଲ, ରାଜେନ୍ଦ୍ର ଦାସ, ରତନ ପ୍ରଧାନ, ଅନୀଲ କୁମାର ମହାନ୍ତି, ମିଟୁ ମହାନ୍ତି, ଚନ୍ଦନ ବାସ୍କେ, ବିଷ୍ଣୁପଦ ମାଇତି ଓ ଦୀପକ ଗିରି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା