ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ବ୍ରହ୍ମପୁରରେ ଉଦଘାଟନ କରିଲେ ମନ୍ତ୍ରୀ ସୂର୍ଯ୍ୟ ପାତ୍ର …

ଏହି ଉଦଘାଟନି ଉତ୍ସବରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗ ଉପସ୍ଥିତ ଭଦ୍ରମଣ୍ଡଳୀକୁ ଉଦବୋଧନ ଦେଉଛନ୍ତି ।

ବ୍ରହ୍ମପୁର (ନିମାଇଁ ଚରଣ ପଣ୍ଡା) ଗତକାଲି ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ବ୍ରହ୍ମପୁର ମହୁଡା ଫର୍ମାସୀ କଲେଜ ପରିସରରେ ଉଦଘାଟିତ ହୋଇଯାଇଛି । ରାଜ୍ୟର ବରିଷ୍ଠ ମନ୍ତ୍ରୀ ତଥା ଖାଦ୍ୟ, ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହି ପ୍ଲାଣ୍ଟକୁ ଉଦଘାଟନ କରିଛନ୍ତି । ସ୍ଥାନୀୟ ସାଂସଦ ସିଦ୍ଧାନ୍ତ ମହାପାତ୍ର, ସ୍ଥାନୀୟ ବିଧାୟକ ଡା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗ, ଭଗବାନ ଗନ୍ତାୟତ, ଉମା ନାୟକ, ସୁଧୀର ରାଉତ, ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।