ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର କୃଷି ଜିଲ୍ଲା ଅଧିକାରୀ ସୁରେନ୍ଦ୍ର କୁମାର ମହାପାତ୍ର ଗତ ଅକ୍ଟୋବର ୩୧ ତାରିଖରେ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଥିବାରୁ ଆଜି କୃଷି ବିଭାଗର ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ତାଙ୍କୁ କୃଷି କର୍ମଚାରୀମାନେ ସମ୍ବର୍ଦ୍ଧନା ଜଣାଇଥିଲେ । ଏଥିରେ ନିଳଗିରିର କୃଷି ଜିଲା ଅଧିକାରୀ ଭରତ ଚନ୍ଦ୍ର ନାଥ ସଭାପତିତ୍ୱ କରି କୃଷି ବିଭାଗ ଜଣେ ଦକ୍ଷ, ମେଳାପି ଅଧିକାରୀଙ୍କୁ ଅବସର ଦେଇଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୃଷି ଅଧିକାରୀ ରାଧାଗୋବିନ୍ଦ ଦାସ, ଶଷ୍ୟସଂଗ୍ରକ୍ଷଣ ଅଧିକାରୀ ସୁଦାମ ଚରଣ ନାୟକ ଯୋଗ ଦେଇ କୃଷି କ୍ଷେତ୍ରରେ ଶ୍ରୀ ମହାପାତ୍ରଙ୍କ କର୍ମଦକ୍ଷତା ଓ କର୍ମଚାରୀଙ୍କ ପ୍ରତି ସଠିକ୍ ପରାମର୍ଶ ଦେଇଆସୁଥିବା ସମ୍ପର୍କରେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବଟକୃଷ୍ଣ ବାରିକ, ଅରୁଣ କୁମାର ପରିଡା, ରାଜେନ୍ଦ୍ର ବଲ୍ଲଭ ଗୋସ୍ୱାମୀ, ଗୋପିନାଥ କାମିଳା, ପ୍ରବୋଧ କୁମାର ପାତ୍ର, ରାଜେଶ ସାହୁ ପ୍ରମୁଖ ଯୋଗ ଦେଇ ତାଙ୍କର ଭୁୟସୀ ପ୍ରଶଂସା କରିଥିଲେ । ସମ୍ବର୍ଦ୍ଧନାର ଉତ୍ତର ଦେଇ ବିଦାୟୀ କୃଷି ଅଧିକାରୀ ଗତ ୩୪ବର୍ଷ ମଧ୍ୟରେ ସମ୍ବଲପୁରର ଲଛିଦା ଫାର୍ମ, ରେଢାଖୋଳ, ନୟାଗଡ, ରାଜଖରିଆର ବ୍ଲକରେ ସମ୍ପ୍ରସାରଣ ଅଧିକାରୀ, ଚମ୍ପୁଆ ଓ ଜଳେଶ୍ୱରରେ ଜିଲା କୃଷି ଅଧିକାରୀଭାବେ କାର୍ଯ୍ୟକରି ଚାଷୀମାନଙ୍କୁ ବହୁ ଗଠନମୂଳକ ପରାମର୍ଶ ଦେଇଛନ୍ତି ବୋଲି କହିଥିଲେ । ଅବସରପରେ ନିଜଗାଁ ପିପିଲିରେ ରହି ବିନା ଶୁଳ୍କରେ ଚାଷ ଓ ଚାଷୀଙ୍କୁ ସହାୟତା କରିବେ ବୋଲି କହିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା