

ଛତ୍ରପୁର (ସମୃଦ୍ଧ ଓଡିଶା) ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନକୁ ସେବା ସପ୍ତାହ ରୂପେ ପାଳନ କରାଯାଉଥିବା ବେଳେ ଏହି ଅବସରରେ ଆଜି ଛତ୍ରପୁର ପୁତିଗୋପାଳପୁର ସ୍ମଶାନ ପାଖରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବିଜେପି ପାର୍ଟିର ଛତ୍ରପୁର ନିର୍ବାଚନ ମଣ୍ଡଳୀର ସାଙ୍ଗଠନିକ ନିର୍ବାଚନ କର୍ମଶାଳା ପ୍ରଶାନ୍ତ କୁମାର କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କରାଯାଇଥିଲା । ଏଥିରେ ରାଜ୍ୟ ସମ୍ପାଦକ ବିଭୁତି ଜେନା, ଜିଲ୍ଲା ସମ୍ପାଦକ ରବି ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ରାଜେଶ ସାହୁ, ପର୍ଯ୍ୟବେକ୍ଷକ ନାରାୟଣ ବେହେରା, ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ରାଜୁ ସାହୁ, ଜିଲ୍ଲା ହରିଜନ ମୋର୍ଚ୍ଚା ସଭାପତି ଚୈତନ୍ୟ ପ୍ରଧାନ, ଛତ୍ରପୁର ଏନଏସି ମଣ୍ଡଳ ସମ୍ପାଦକ ବସନ୍ତ ବେହେରା, କଣମଣା ମଣ୍ଡଳ ସଭାପତି ପଦ୍ମ ଚରଣ ସାହୁ, ଗଞ୍ଜାମ ଏନଏସି ମଣ୍ଡଳ ସଭାପତି କନ୍ତାରୁ ଦଳେଇ, ରମ୍ଭା ଏନଏସି ମଣ୍ଡଳ ସଭାପତି ସୀମାଞ୍ଚଳ ବାଡ଼ତୀଆ, ହୁମ୍ମା ମଣ୍ଡଳ ସମ୍ପାଦକ ଗଗନ ନାହକ, ଜିଲ୍ଲା ଯୁବ ମୋର୍ଚ୍ଚା ଉପ ସଭାପତି ରଘୁନାଥ ରେଡ୍ଡୀ, ଛତ୍ରପୁର ଏନଏସି ମଣ୍ଡଳ ଉପ ସଭାପତି ସଞ୍ଜିବ ରାଉଳ, ସୁରେଶ ରେଡ୍ଡୀ, ସାନରମଚନ୍ଦ୍ରପୁର ସରପଞ୍ଚ ଭଗବାନ ନାହକ, ଜିତେନ୍ଦ୍ର ଦଳାଇ, ଶ୍ରୀମତୀ ରଶ୍ମିତା ପ୍ରଧାନ, ଶ୍ରୀମତୀ କେ. ପଦ୍ମାଜା, ଦୁଇ ଶହରୁ ଉର୍ଦ୍ଧ୍ଵ କର୍ମୀ ଉପସ୍ଥିତ ରହିଥିଲେ । ଏହି ଅବସରରେ ଏସଡିଏମଓଙ୍କ ଉପସ୍ଥିତରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ଓ ନପକୀନ ବଣ୍ଟନ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା






