

ନିଆଳୀ-(ସମୃଦ୍ଧଓଡିଶା) କଣ୍ଟାପଡା ବ୍ଲକ ଅନ୍ତର୍ଗତ କଣ୍ଟାପଡା ଗ୍ରାମର ମହାପ୍ରଭୁ ଗତେଶ୍ଵରଙ୍କ ପ୍ରାଙ୍ଗଣରେ ସେଭେନ ଷ୍ଟାର ଚାରିଟେବଲ ଟ୍ରଷ୍ଟ ତରଫରୁ ପ୍ରାୟ ୩୦୦ରୁ ଉର୍ଦ୍ଧ୍ୱ ବୟୋଜ୍ୟେଷ୍ଠ ମହିଳାଙ୍କୁ କମ୍ବଳ ବଣ୍ଟନ ସହ ଅନ୍ନଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମକୁ ସେଭେନ ଷ୍ଟାର ଚାରିଟେବଲ ଟ୍ରଷ୍ଟର ଚେୟାରମ୍ୟାନ ଅବନୀ ବେହେରା ଉଦଘାଟନ କରିଥିଲେ. ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟର ସଭାନେତ୍ରୀ ଭାରତୀ ବେହେରା, ନିରୁପମା ବେହେରା ସମାଜସେବୀ ତଥା ଗତେଶ୍ୱର ମନ୍ଦିର କମିଟି ସଭାପତି ବିପିନ ବେହେରା, କଣ୍ଟାପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ତଥା କଣ୍ଟାପଡା ବ୍ଲକ ସରପଞ୍ଚ ସଂଘର ସମ୍ପାଦକ ନିର୍ମଳ କୁମାର ସାହୁ, ବ୍ରାହ୍ମଣବାଟି ସରପଞ୍ଚ ତଥା କଣ୍ଟାପଡା ବ୍ଲକ ସରପଞ୍ଚ ସଙ୍ଘର ସଭାପତି ସଞ୍ଜୟ କୁମାର ରାଉତରାୟ, ସୁକାନ୍ତ ବେହେରା, ମନମୋହନ ବେହେରା, ରବୀନ୍ଦ୍ର ବେହେରା ଓ ମଜନୁ ପାତ୍ର ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିଥିଲେ। ପ୍ରତି ମାସର ଦ୍ଵିତୀୟ ଶନିବାର ଏହିଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଚାରିଟେବଲ ଟ୍ରଷ୍ଟ ତରଫରୁ ସୂଚନା ଦିଆଯାଇଛି।
ରିପୋର୍ଟ : ରଜତ ମହାପାତ୍ର