ସୋନପୁର ବେଳାଭୂମି ନିକଟରେ ଏକ ବଡ଼ ତିମି ମାଛ ଉଦ୍ଧାର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ସୋନାପୁର ବେଳାଭୂମି ନିକଟରେ ଏକ ବଡ଼ ତିମି ମାଛ ଉଦ୍ଧାର କରାଯାଇଥିବା ଜଣାପଡିଛି । ଆଜି ସୋନାପୁର ଅଞ୍ଚଳର କିଛି ମତ୍ସଜିବୀ ମାଛ ଧରିବାକୁ ସମୁଦ୍ରକୁ ଯାଉଥିବା ବେଳେ ହଠାତ୍ ମାଛ ଜାଲରେ ଏକ ବଡ ତିମି ମାଛ ପଡିଥିଲା । ପରେ ମତ୍ସଜିବୀ ମାନେ ଜାଲଟିକୁ ବେଳଭୂମି ନିକଟକୁ ଆସି ମାଛଟିକୁ କାଢି ପୁଣି ପାଣିରେ ଛାଡିବାକୁ ଉଦ୍ୟମ କରିଥିଲେ । ତିମି ମାଛଟି ବିରାଟକାୟ ହୋଇଥିବା ବେଳେ ଏହାର ଲମ୍ୱ ପ୍ରାୟ ୨୫ ଫୁଟ ବୋଲି ଜଣାପଡିଛି । ସେହିଭଳି ଗତ ସପ୍ତାହ ତଳେ ଗୋପାଳପୁପ ବେଳାଭୂମିରେ ଏହି ପ୍ରଜାତିର ସାର୍କ ହ୍ୱେଲ୍ ମତ୍ସଜିବୀଙ୍କ ଜାଲରେ ପଡିଥିଲା । ସୁରକ୍ଷିତ ଭାବେ ମତ୍ସଜିବୀ ମାନେ ତିମିଟିକୁ ସମୁଦ୍ର ମଧ୍ୟକୁ ଛାଡି ଦେଇଥିଲେ । ତେବେ ଗଞ୍ଜାମ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଏଭଳି ବିରଳ ପ୍ରଜାତିର ସାର୍କ ହ୍ୱେଲ କେଉଁ ପରିସ୍ଥିତିରେ ଦେଖାଯାଉଛନ୍ତି ତହା ଗବେଶଣା ପରେ ହିଁ ଜଣାପଡିବ । ସୋନପୁର ବେଳାଭୂମି ନିକଟରେ ଉଦ୍ଧାର ହୋଇଥିବା ଏହି ବିରାଟକାୟ ତିମି ମାଛ କିଭଳି ସମୁଦ୍ର ମଧ୍ୟକୁ ପୁଣି ଯିବ ସେ ନେଇ ବନ ବିଭାଗ ଉଦ୍ୟମ କରୁଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା