ସୋନିଆ ଗାନ୍ଧି କିଣିଲେ କନ୍ଧମାଳ ହଳଦି

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା )କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ ଙ୍କ ମାତା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ନୂଆଦିଲ୍ଲୀର ଜନପଥ ନିକଟରେ ଅନୁଷ୍ଠିତ ହୋଇଥିବା ଜୈବିକ ମହୋତ୍ସବକୁ ଭ୍ରମଣରେ ଯାଇଥିଲେ।ମେଳାରେ  କନ୍ଧମାଳର  ହଳଦି ତାଙ୍କ  ନଜରକୁ  ଆସିଥିଲା । ଜୈବିକ ମେଳାରେ ସୋନିଆ ଗାନ୍ଧି ଓଡିଶାର ଶ୍ରୀୟା ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଷ୍ଟଲରେ ଉପସ୍ଥିତ ଥିବା ଝରଣା ସାହୁଙ୍କ ଠାରୁ କିଛି ହଳଦୀ ପ୍ୟାକେଟ କିଣିଥିଲେ । ଝରଣାଙ୍କ କହିବା ଅନୁସାରେ ସୋନିଆ ଗାନ୍ଧି ତାଙ୍କ ଦୋକାନକୁ ଆସିବା ଦେଖି ସେ ବହୁତ ଖୁସି ହୋଇଯାଇଥିଲେ। ପରେ ସୋନିଆ ଗାନ୍ଧି ତାଙ୍କ ଦୋକାନରୁ କିଛି ହଳଦୀ ପ୍ୟାକେଟ କିଣିବା ସହ ହଳଦୀ କିପରି ଚାଷ କରାଯାଏ ଏବଂ କିପରି ବିକ୍ରି ଉପଯୋଗୀ କରାଯାଇଥାଏ ସେ ସମ୍ପର୍କରେ ଝରଣାଙ୍କୁ ପଚାରିଥିଲେ । କେବଳ ସେତିକି ନୁହେଁ ସୋନିଆ ଏହି ମେଳାରୁ ଅନ୍ୟ କେତେକ ଜିନିଷ ମଧ୍ୟ କିଣିଥିଲେ ଏବଂ ଶେଷରେ ସେଠାରେ ଉପସ୍ଥିତ ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ ।