ସୋମପୁର ଗ୍ରାମ ରୁଖି ସାହିରେ ମାଁ ଗଜ ଲକ୍ଷ୍ମୀ ପୂଜା ମାହାଡମ୍ବର ସହ ପାଳିତ

ହିଞ୍ଜିଳିକାଟୁ:(ସମୃଦ୍ଧ ଓଡିଶା)ହିଞ୍ଜିଳି ପୋୖର ପରିଷଦ ଅନ୍ତର୍ଗତ ସୋମପୁର ଗ୍ରାମ ରୁଖି ସାହି ମା ଗଜ ଲକ୍ଷ୍ମୀଙ୍କ ପୂଜା ମହା ଆଡମ୍ବରରେ ପାଳିତ ହୋଇଯାଇଛି I ପୂଜା ଆରମ୍ଭ ପୁର୍ବରୁ ଗ୍ରାମରେ କଳସ ଯାତ୍ରା ହୋଇଥିଲା ଏହା ପରେ ପୂଜା ଆରମ୍ଭ ହୋଇଥିଲା।ପଞ୍ଚମ ଦିନରେ ମାଁ ଗଜ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ସହ ପ୍ରସାଦ ସେବନ ବ୍ୟବସ୍ଥା ହୋଇଯାଇଛି I ରୁଖି ସାହି ପୂଜା ମଣ୍ଡପରେ ପୂଜକ ଭାବେ ପଣ୍ଡିତ ଦିବାକର ପାଢ଼ୀ ଉପସ୍ଥିତ ଥିବାବେଳେ କର୍ତ୍ତା ଭାବେ ସିମାଞ୍ଚଳ ପାଢୀ ଏବଂ କମିଟି ସଦସ୍ୟ ବାପି ଗୌଡ଼ ,ପବିତ୍ର ଗୌଡ଼,ସନ୍ତୋଷ ଗୌଡ଼,ସନ୍ତୋଷ ପାତ୍ର,ହୃଷିକେଶ ଗୌଡ଼, କାହ୍ନା ପ୍ରଧାନ , ବାଜିରାମ ଗୌଡ଼ ପ୍ରମୁଖଙ୍କ ସମେତ ବହୁ କମିଟି ସଦସ୍ୟ ସହଯୋଗ କରିଥିଲେ I ମାଁଙ୍କ ପୂଜା ରବିବାର ଦେଖିବା ସହ ପ୍ରସାଦ ସେବନ କରିବା ପାଇଁ ପୂଜା ମଣ୍ଡପ ନିକଟରେ ସନ୍ଧ୍ୟା ସମୟରେ ବହୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି । ଆଜି ସପ୍ତମ ଦିନରେ ମା ଙ୍କ ବିସର୍ଜନ କାର୍ଯ୍ୟକ୍ରମ ସନ୍ଧ୍ୟା ସମୟରେ ରଖାଯାଇଛି।
ରିପୋର୍ଟ: ରଜତ ପଟ୍ଟନାୟକ

Leave a Reply

Your email address will not be published. Required fields are marked *