ସୋରଡା(ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ସୋରଡା ପଞ୍ଚାୟତି ରାଜ ଅଫିସ କାର୍ଜ୍ୟାଳୟ କାନ୍ଥ ରେ ରାଷ୍ଟ୍ରୀୟ ପ୍ରତୀକକୁ ଅପମାନ ହୋଇଥିବା ଏବେ ଅଭିଯୋଗ ହେଇଛି। ଗଞ୍ଜାମ ଜିଲ୍ଲା ସୋରଡା ପଞ୍ଚାଯତ ଅଫିସ କାର୍ଜ୍ୟାଳୟ ସମୁଖ ଦ୍ଵାର ପାର୍ଶ୍ଵ ରେ ଦ୍ଵାରପାଳ ପରି ରହିଛି ରାଷ୍ଟ୍ରୀୟ ପ୍ରତୀକ।ଏହା କୁ ନେଇ ଏବେ ବିବାଦ ଦେଖାଦେଇଛି। ବି ଡି ଓ ଙ୍କ ଅଫିସ ଆଗର ରେ ଦ୍ଵାରପାଳ ଭଳି ରାଷ୍ଟ୍ରୀୟ ପ୍ରତୀକ କୁ ସ୍ଥାନିତ କରିବା ରାଷ୍ଟ୍ରୀୟ ସମ୍ମାନ ପ୍ରତି ଅପମାନ ଏବଂ ଏହିପରି ଭୁଲ ଯୋଗୁଁ ସୋରଡା ବି ଡି ଓ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏବେ ଦାବି ହେଲାଣି। ସୋରଡା ପଂଚାୟତ ସମିତି କାର୍ଜ୍ୟାଳୟ ସମୁଖ ଦ୍ଵାର ରେ ଦୁଇଟି ରାଷ୍ଟ୍ରୀୟ ପ୍ରତୀକ ଚିହ୍ନ ର ପ୍ରତୀକ ସ୍ୱରୂପ ତିନୋଟି ସିଂହ ଥିବା ଦୁଇଟି ମୂର୍ତି କୁ ସ୍ଥାନିତ କରାଯାଇଛି। ଯାହାକୁ ନେଇ ଏବେ ଆଲୋଚନା ଜୋର ଧରିଛି। ସୋରଡା ବି ଡି ଓ ଜଣେ ଓ ଏ ସ ଅଫିସର ହେଲେ ସୁଧା କିପରି ଏହାକୁ କିପରି ଦ୍ରୁଷ୍ଟି ଗୋଚର କରିନାହାନ୍ତି ତାହା ଦୁର୍ଭାଗ୍ୟ ର କଥା। ଏପରିକି ସୋରଡା ବ୍ଲକ କୁ ପ୍ରତିଦିନ ମାଳ ମାଳ ଅଧିକାରୀ ସମେତ ଜିଲ୍ଲାପ୍ରଶାସନ ର ଅଧିକାରୀ ପ୍ରମୁଖ ଆସିଥାନ୍ତି ହେଲେ ଏହିପରି କାନ୍ଥ ରେ ରାଷ୍ଟ୍ରୀୟ ପ୍ରତୀକ ରଖାଯାଇଥିବା ପ୍ରତି କେହି ହେଲେ ଧ୍ୟାନ ଦେଇନାହାନ୍ତି । ଜିଲ୍ଲାପାଳ ନିଜ ଅଭିଯୋଗ ଶୁଣାଣି ରେ ମଧ୍ୟ ଆସୁଛନ୍ତି, ଡି ଆର ଡି ଏ ପିଡି ମଧ୍ୟ ଆସୁଛନ୍ତି, ହେଲେ କାହାର ମଧ୍ୟ ରାଷ୍ଟ୍ରୀୟ ପ୍ରତୀକ ପ୍ରତି ଅପମାନ ହେଇଥିବା ଦ୍ରୁଷ୍ଟି ନାହିଂ। ରାଷ୍ଟ୍ରୀୟ ପ୍ରତୀକ ନିୟାମକ ଆଇନ ପ୍ରକାରେ ଏହାର ବ୍ୟବହାର ଉପରେ କେନ୍ଦ୍ର ସରକାର ଆଇନ ପାରିତ କରିଛନ୍ତି ଯେଉଁଥିରେ ପୂର୍ବତନ ସାଂସଦ, ପୂର୍ବତନ ମନ୍ତ୍ରୀ ଓ ପୂର୍ବତନ ବିଚାରପତି କେହି ମଧ୍ୟ ସରକାରୀ କିମ୍ବା ବେସରକାରୀ ଭାବେ ଏହି ପ୍ରତୀକ କୁ ବ୍ୟବହାର କରିପାରିବେ ନାହିଂ ଏହା ସହ କୌଣସି ବ୍ୟକ୍ତି କିମ୍ବା ବେସରକରି ଅନୁଷ୍ଠାନ ନିଜର ବ୍ୟକ୍ତିଗତ ଲାଭ,କିମ୍ବା ବ୍ଯବସାୟିକ ଓ ନିଜର ପ୍ରଭୁତ ପାଇଁ ଏହି ପ୍ରତୀକ ବ୍ୟବହାର କରିପାରିବେ ନାହିଂ । ଏହା ଛଡା କୌଣସି କମିଟି, ବେଙ୍କ, ପୌରପରିଷଦ,ପଞ୍ଚାୟତ ରାଜ ସଂସ୍ଥା, ପୌର ପରିଷଦ, ବେସରକାରୀ ସଂସ୍ଥା ବିଶ୍ୱବିଦ୍ୟାଳୟ ଏବଂ ଏହି ଆଇନ ରେ ମଧ୍ୟ ରେ ଥିବା କୌଣସି ସଂସ୍ଥା ମଧ୍ୟ ଏହା ର ବ୍ୟବହାର କରିବା ଉପରେ ପ୍ରତିବନ୍ଧ ରହିଛି। ରାଷ୍ଟ୍ରୀୟ ପ୍ରତୀକ କୁ ୧୯୫୦ ମସିହା ରେ ପ୍ରଣୟନ କରଯାଇଥିବା ବେଳେ ଏହା ର ବ୍ୟବହାର ଉପରେ ବ୍ୟାପକ ଆଇନ ପ୍ରଣୟନ କରିଛନ୍ତି। ରାଜ୍ୟସରକାର ଙ୍କ ପ୍ରଶାସନିକ ଅଧିକାରୀ ମାନେ ହିଁ ଯଦି ରାଷ୍ଟ୍ରୀୟ ମର୍ଯ୍ୟାଦା ଓ ରାଷ୍ଟ୍ରୀୟ ପ୍ରତୀକ ପ୍ରତି ସଚେତନ ନେହେଲେ ସାଧାରଣ ଲୋକେ କିପରି ଏଥିପ୍ରତି ସଚେତନ ହେବେ ବୋଲି ଏବେ ଆଲୋଚନା ଜୋର ଧରିଛି। ଏହି ରାଷ୍ଟ୍ରୀୟ ପ୍ରତୀକ ରାଷ୍ଟ୍ରୀୟ ସାମ୍ବିଧାନିକ ପଦ ମର୍ଯ୍ୟାଦା ରକ୍ଷା କରୁଥିବା କୋଠା ଯେପରି ରାଷ୍ଟ୍ରପତି ଭବନ, ଦେଶ ର ସାଂସଦ ଭବନ, ଲୋକସଭା, ରାଜ୍ୟସଭା, କେନ୍ଦ୍ର ସଚିବାଳୟ, ସୁପ୍ରିମ କୋର୍ଟ, ହାଇ କୋର୍ଟ ଓ ରାଜ ଭବନ ରାଜ ନିବାସ ଏହିପରି କୋଠା ରେ ବ୍ୟବହାର ର ପ୍ରବଧାନ ରହିଥିବା ବେଳେ ସୋରଡା ବି ଡି ଓ ଙ୍କ ଅଫିସ ଆଗରେ ଦ୍ଵାରପାଳ ପରି ରାଷ୍ଟ୍ରୀୟ ମର୍ଯ୍ୟାଦା ସମ୍ପନ୍ନ ତିନୋଟି ସିଂହ ଥିବା ରାଷ୍ଟ୍ରୀୟ ପ୍ରତୀକ କୁ ଅବସ୍ଥାପିତ କରିବା ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରତି ଅପମାନ ସଦୃଶ୍ୟ ବୋଲି ସୋରଡା ର ୦୮ ନମ୍ବର ୱାର୍ଡ ର କାଉନ୍ସିଲର ଅଭିଯୋଗ କରିଛନ୍ତି। ତେବେ ଏ ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳ, ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଗୃହ ବିଭାଗ ସଚିବ ସହ ମୁଖ୍ୟ ଶାସନ ସଚିବ ଙ୍କୁ ପତ୍ର ଲେଖି ଅଭିଯୋଗ କରାଯାଇଥିବା ଜଣାପଡିଛି। ଗଞ୍ଜାମ ଜିଲ୍ଲାପ୍ରଶାସନ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ନେବା ସହ ସୋରଡା ବି ଡି ଓ ଙ୍କୁ ଏହିପରି କାର୍ଯ୍ୟ ରୁ ନିବୃତ ରହିବା ପାଇଁ ପରାମର୍ଶ ଦେବା ସହ ଶୀଘ୍ର ରାଷ୍ଟ୍ରୀୟ ପ୍ରତୀକକୁ ସେଠାରୁ ହଟାଇବା ର ନିର୍ଦେଶ ଦେବା ପାଇଁ ଏବେ ଦାବି ହେଉଛି।
ରିପୋର୍ଟ : ଆଶୁତୋଷ ପଟ୍ଟନାୟକ