
ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ଜିଲ୍ଲା କୋଲନରା ବ୍ଲକ ଥେରୁବାଲିଠାରେ ଥିବା ଗୋଟିଏ ତେଜରାତି ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ଯାଇଛି । ବିଦ୍ୟୁତ ସଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ଦୋକନା ମାଲିକ ଦୁଷ୍ମନ୍ତ ସବୁଦିନ ଭଳି ରାତିରେ ସମସ୍ତ କାର୍ଯ୍ୟସାରି ନିଜ ଦୋକାନ ବନ୍ଦକରି ଘରକୁ ଫେରିଥିଲେ । ତେବେ ବିଳମ୍ବିତ ରାତିରେ ହଠାତ ଦୋକାନ ଭିତରୁ ଧୂଆଁ ବାହାରୁ ଥିବା କିଛି ଲୋକେ ଦେଖିବାକୁ ପାଇଥିଲେ । ନିକଟକୁ ଯାଇ ଦେଖିବା ପରେ ଦୋକାନ ଭିତରେ ନିଆଁ ଲାଗିଥିବା ଜାଣିପାରି ମାଲିକ ଦୁଷ୍ମନ୍ତଙ୍କୁ ସୂଚନା ଦେବାସହ ତୁରନ୍ତ ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ତେବେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆକୁ ଆୟତ କରିବା ବେଳକୁ ଦୋକାନ ଭିତରେ ଥିବା ସମସ୍ତ ତେଜରାତି ସମାଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା । କ୍ଷତି ଘଟିଥିବା ସମାଗ୍ରୀର ମୂଲ୍ୟ ପ୍ରାୟ ୬ ଳକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି ।ତେବେ ସରକାରୀ କ୍ଷତି ପୂରଣ ଏ ଯାଏଁ ମିଳି ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ମାଲିକ ଦୁଷ୍ମନ୍ତ ତୁରନ୍ତ ସ୍ଥାନୀୟ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇ କ୍ଷତି ପୁରାଣ ଦାବି କରିବାକୁ ବୁଦ୍ଧିଜୀବୀ ମହଲ ପରାମର୍ଶ ଦେଇଛନ୍ତି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ


