

ଭଞ୍ଜନଗର/ସୋରଡ଼ା (ସମୃଦ୍ଧ ଓଡିଶା) କୋରନା ମାହାମରୀ ପାଇଁ ଲକଡାଉନ ଓ ସଟଡାଉନ ଚାଲିଥିବା ବେଳେ ସରକାର ବହୁ ସାମାଜିକ ଓ ସାମୁହିକ କାର୍ଯ୍ୟକ୍ରମ ଉପରେ ରୋକ ଲଗାଇଛନ୍ତି । ଏଥି ପାଇଁ ବିଭିନ୍ନ ଅନୁଷ୍ଠାନ ଓ ସଂଘଠନ ପକ୍ଷରୁ ଚାଲି ଆସୁଥିବା ରକ୍ତଦାନ ଶିବିର ଆୟୋଜନ ହୋଇ ପାରୁ ନାହିଁ । ଏ ନେଇ ସୋରଡ଼ା ପୋଲିସ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ସୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ତତ୍ୱବୋଧାନରେ ସୋରଡ଼ା ଥାନା ପରିସରରେ ଏହି ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଆସିକା ସାଂସଦ ପ୍ରମିଳା ବିଷୋୟୀ, ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଜିଲ୍ଲାପାଳ, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବିଜେଶ ରାୟ ପ୍ରମୁଖ ଉପସ୍ଥିତ ରହି ଏହି ରକ୍ତଦାନ ଶିବିରର ଉଦଘାଟନ କରିବା ସହ ଉପସ୍ଥିତ ରହି ରକ୍ତଦାତା ମାନକୁ ଉତ୍ସ।ହିତ କରିବା ସହିତ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ସୋରଡ଼ା ଥାନା ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନଙ୍କ ତତ୍ୱବୋଧନରେ ଆୟୋଜିତ ରକ୍ତଦାନ ଶିବିରରେ ଅଞ୍ଚଳର ବହୁ ଯୁବକ ସାମାଜିକ ଦୂରତ୍ୱ ରକ୍ଷା କରି ସଂଧ୍ୟା ୬ଟା ଯାଇ ରକ୍ତ ଦାନ କରୁଥିବା ଦେଖିବାକୁ ମିଳିଥିଲା । SHG ଗ୍ରୁପର ମହିଳାମାନେ ଓ ଲୋକ ପ୍ରତିନିଧି ମାନେ ରକ୍ତଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଛନ୍ତି । ସନ୍ଧ୍ୟା ୬ଟା ସୁଦ୍ଧା ୩୫୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି ।
ରିପୋର୍ଟ – ନିଲୁ ବିଷୋୟୀ

