

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କେ.ନୁଆଗାଁ ଥାନା ନିକଟସ୍ଥ ରତ୍ନେଶ୍ଵରୀ ମନ୍ଦିର ବୁଲାଣି ରାସ୍ତାରେ ସ୍କୁଟି ସହ ସ୍ୱାସ୍ଥ୍ୟ ଵିଭାଗ ଗାଡି ମୁହାଁ ମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଦୁଇ ଗାଡି ମୁହାଁ ମୁହିଁ ଧକ୍କା ହେବା ଫଳରେ ସ୍କୁଟିରେ ଵସି ଯାଉଥିବା ଦିଗପହଣ୍ଡି ବ୍ଲକ୍ ଵାଙ୍କପୁରର ଵୁଡୁ ଵେହେରା(୪୦) ଏଵଂ ଚିକିଟି ଏନ୍.ଏ.ସି ଅନ୍ତର୍ଗତ ଜେନାପୁରର ଇସମାଇଲ ବୀର୍(୩୫) ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ଲୋକଙ୍କ ସହାୟତାରେ ୧୦୮ ଯୋଗେ ପ୍ରଥମେ ଚିକିଟି ମେଡିକଲ ନିଆଯାଇଥିଲା ପରେ ଅଵସ୍ଥା ସଂକଟାପୂର୍ଣ୍ଣ ହେଵାରୁ ଉଭୟଙ୍କୁ ବ୍ରହ୍ମପୁର ବଡମେଡିକଲକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାର ଅନୁସଂଧାନ ଚଳାଇଥିବା ନୁଆଗାଁ ପୋଲିସ ସୂଚନା ଦେଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

