




ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା)ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସ୍ବୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀ ଓ ନୂତନ ଭାବେ ଏହି ବିଭାଗ ରେ ଯୋଗ ଦେଇଥିବା ଅଧ୍ୟାପିକା ସୋନାଲି ସାହୁଙ୍କୁ ସ୍ଵାଗତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅରୁଣ କୁମାର ଖାଡ଼ଙ୍ଗା ଜୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ପଦାର୍ଥ ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଧ୍ୟାପକ ଡ଼. କେଶବ ଷଡ଼ଙ୍ଗୀ, ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ଶ୍ରୀଜୟ ସାହୁ,ଯୋଗ ଦେଇଥିଲେ, ମୁଖ୍ୟବକ୍ତା ଭାବେ ଓଡ଼ିଆ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଦୀନବନ୍ଧୁ ମହାନ୍ତି ଯୋଗଦେଇ ତାଙ୍କ ବକ୍ତବ୍ୟରେ ଛାତ୍ର ଜୀବନ କଲେଜରୁ ହିଁ ନୂଆ କରି ଗଢିବାର କଳ୍ପନା କରିଥିଲେ। ଜୀବନ ଗଠନରେ ଯିଏ ନିଜକୁ ନିୟନ୍ତ୍ରଣ କରିନପାରି ଜୀବନ ତାର ଅନ୍ଧକାର ଭିତରକୁ ଠେଲି ହୋଇଯାଏ ବୋଲି କହିଥିଲେ ଅଧ୍ୟାପକ ଜଗନ୍ନାଥ ମହାପାତ୍ର,ଅନିଲ ପାତ୍ର, ଡ଼. ସୁଦର୍ଶନ ରଇତ, ଅଧ୍ୟାପିକା ଡ଼. ସଙ୍ଗୀତା ମିଶ୍ର, ଭାରତୀ ବାଳା ସାହୁ, ସୋନାଲି ସାହୁ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳା ଓ ନୀତିନିୟମ ବିଷୟରେ ଅବଗତ କରାଇଥିଲେ, ସ୍ନାତକ ଶେଷ ବର୍ଷ ଛାତ୍ର କାହ୍ନୁ ଚରଣ ପାତ୍ର ମଞ୍ଚ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଛାତ୍ର ରାଜେଶ୍ କୁମାର ପାତ୍ର, କୋରା ବଡମୁଣ୍ଡି, ଆକାଶ ସାହୁ, ଛାତ୍ରୀ ପ୍ରିୟଙ୍କା ଦାସ, ସୁଜାତା ସାହୁ, ମାମଜିନୀ ସାହୁ ସହଯୋଗ କରିଥିଲେ। ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କାହ୍ନୁ ଚରଣଙ୍କ ନିର୍ଦ୍ଦେଶିତ ନାଟକ “ସେ ଭୁଲର କେବେ କ୍ଷମା ନାହିଁ” ମଞ୍ଚସ୍ଥ ହୋଇଥିଲା ଯେଉଁଥିରେ କାହ୍ନୁ ଚରଣ ପାତ୍ର,କାଜଲ ପାତ୍ର, ରାଧାମଣି ମହାନ୍ତି,ପ୍ରମିଳା ସାହୁ ଅଭିନୟ କରିଥିଲେ।
ରିପୋର୍ଟ:-ରଜତ ପଟ୍ଟନାୟକ