ସ୍ବଶକ୍ତି ଜାଗରଣ ସେବା ସଂସ୍ଥାନ ତରଫରୁ ଗୁରୁ ପୂର୍ଣ୍ଣିମା ମହାସମାରୋହ ପାଳିତ

ବ୍ରହ୍ମପୁର(ସମୃଦ୍ଧଓଡିଶା)ବ୍ରହ୍ମପୁର ୨୧ ତାରିଖ ରବିବାର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ସ୍ବଶକ୍ତି ଜାଗରଣ ସେବା ସଂସ୍ଥାନ ପକ୍ଷରୁ ପବିତ୍ର ଗୁରୁପୂର୍ଣ୍ଣିମା ମହାସମାରୋହ ପାଳନ କରାଯାଇଛି । ଏହି ଅବସରରେ ଆଜି ଦିନ ୧ଘ ୧୫ ମିରେ ବ୍ରହ୍ମପୁର ଆସ୍କା ରୋଡ ପାଣିଗ୍ରାହୀ ପେଣ୍ଠ ସାହି ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ସ୍ବଶକ୍ତି ଜାଗରଣ ସେବା ସଂସ୍ଥାନର ପ୍ରତିଷ୍ଠାତା ତଥା ପରମ ପୂଜ୍ଯ ସଦଗୁରୁଦେବ ଶ୍ରୀକ୍ରିଷ୍ଣା ଭାୟାଜୀ ମହାରାଜାଙ୍କ ପ୍ରତ୍ୟକ୍ଷ ତଥା ଦିଗଦର୍ଶନରେ ଗୁରୁପୂଜନ ଯଜ୍ଞ ଅନୁଷ୍ଠିତ ହୋବାସହ। ଦିବା ୩ ଘଣ୍ଟା ରୁ ଗୁରୁଦୀକ୍ଷା ସମାରୋହ ଅନୁଷ୍ଠିତ ହୋଇ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଭକ୍ତ ଗୁରୁଦୀକ୍ଷା ଗ୍ରହଣ କରିଥିଲେ। ଅପରାହ୍ନ ୪ ଘଣ୍ଟା ଠାରୁ ପରମ ପୂଜ୍ଯ ଗୁରୁଦେବ କ୍ରିଷ୍ଣା ଭାୟାଜୀଙ୍କ ସହ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ପରମ ପୂଜ୍ଯ ସାଧୁ ସନ୍ଥ ମହାରାଜ ମାନଙ୍କ ବନ୍ଦନା ସହ ପୂଜନ ଯଥାରିତି ଅନୁଷ୍ଠିତ ହୋଇ । ଗୁରୁଦେବଙ୍କ ସ ନିବୃତ ବାଣୀ ସହ ମହାମଣ୍ଡଳେଶ୍ବର ସ୍ବାମୀ ଶ୍ରୀ ବିଶୁଦ୍ଧାନନ୍ଦ ମହାରାଜ ଭାଗବତଚାର,ବୃନ୍ଦାବନ, ସ୍ବାମୀ ଶିବଚନ୍ଦ୍ରାନନ୍ଦ ମହାରାଜ, ସ୍ବାମୀ ପ୍ରେମଦାସ ମହାରାଜ, ସ୍ବାମୀ ହରିଦାସ ମହାରାଜ, ତଥା ରାଜସ୍ଥାନ ଅଲବର ନିବାସ ସ୍ବାମୀ ପ୍ରେମାନନ୍ଦ ମହାରାଜାଙ୍କ ଉପସ୍ଥିତରେ ଶହ ଶହ ଭକ୍ତ ମଣ୍ଡଳୀ ଗୁରୁଦେବ ମାନଙ୍କ ବାଣୀ ଶ୍ରବଣ କରି ନିଜକୁ ଧନ୍ଯ ମନେକରିଥିଲେ।ସୁଦୂର ବୃନ୍ଦାବନ ଧାମରୁ ଆସିଥିବା ଭଜନ ମଣ୍ଡଳୀଙ୍କ ଭାବପୂର୍ଣ୍ଣ ପ୍ରଭୁ ବନ୍ଦନାରେ ଭକ୍ତ ମଣ୍ଡଳୀଙ୍କ ଭାବାବେଗ ପରିପ୍ରକାଶ ପାଇ ହୁଳହୁଳି ଘଣ୍ଟ ଘଣ୍ଟା ଧ୍ବନିର ଆଧାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏହି ଆବସର ରେ ଗୁରୁ ପରିବାର ସଦସ୍ୟ ର ମହାମଣ୍ଡଳେଶ୍ୱର ଶ୍ରୀ ଲଳିତାନନ୍ଦ ମହାରାଜ, ଶ୍ରୀହରି ଦାସ, ପ୍ରକାଶ ବେହେରା, ସନ୍ତୋଷ ମହାନତି, ଦୀପକ ପାଣିଗ୍ରାହୀ, ଦ୍ୱାରିକା ମହାନ୍ତି, ଡେଜ଼ୀ ତ୍ରିପାଠୀ, ଆନନ୍ଦ ଅଗ୍ରୱାଲ,ସମୀର ମହାନ୍ତି, ଗଣେଶ ପ୍ରଧାନ, ସନ୍ଦୀପ, ବିଭୁତି, ଚନ୍ଦନ, ଗୀତା, ପୁଷ୍ପା ,ଅନିଲ କୁମାର ଚୌଧୁରୀ ଆଦି ସମସ୍ତ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ଥିଲେ। ଶେଷରେ ସମସ୍ତେ ପ୍ରସାଦ ପାଇ ମହାନନ୍ଦ ଅନୁଭବ କରିଥିଲେ।