ସ୍ବାବଲମ୍ବି ଭାରତ ଓ ଏମ.ଏସ.ଏମିର ମିଳିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଜି ଜୟଦେବ ନର୍ବାଚନ ମଣ୍ଡଳୀ,୧୭ ନମ୍ବର ଜୋନ ସତ୍ୟଭାମାପୁର ଗ୍ରାମ ପଞ୍ଚାୟତ ଗୋତଳବିନ୍ଧା ବିଜେପି ପାର୍ଟି ଅଫିସ ଠାରେ ସ୍ବାବଲମ୍ବି ଭାରତ ଓ MSME ର ମିଳିତ ସହଯୋଗରେ ମହିଳା ମାନେ କିପରି ସ୍ବାବଲମ୍ବି ହେବେ ଓ ତାଙ୍କର ଆର୍ଥିକ ଅଭିବୃଦ୍ଧି ହେବ ଏଥି ଲାଗି ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୂଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସଂଯୋଜକ ଶ୍ରୀ ରବି ମହାରଣା, ବିଜେପି ରାଜ୍ୟ ପ୍ରଶିକ୍ଷଣ ସେଲ୍ କୋଡ଼ିନେଟର ଇଂ ଦୀପ୍ତିରେଖା ପଟ୍ଟନାୟକ, ନେକ୍ଟର ଓଡିଶା ଚେୟାରମ୍ୟାନ ଶ୍ରୀଯୁକ୍ତ ଦେବବ୍ରତ ସାହୁ ଓ ପୂର୍ବତନ ମନ୍ତ୍ରୀ ଡଃ ଅରବିନ୍ଦ ଢ଼ାଲି ଉପସ୍ଥିତ ରହି କିପରି ମହିଳା ମାନେ ଆଗମୀ ଦିନରେ ରୋଜଗାର କ୍ଷମ ହେବେ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ସଭାକୁ ସ୍ବାବଲମ୍ବି ଭାରତ ଖୋର୍ଦ୍ଧା ଜିଲ୍ଲାର ସଂଯୋଜିକା ଝିଲ୍ଲି ସାମନ୍ତରାୟ ପରିଚାଳନା କରିଥିଲେ। ବିଜେପି ସଂଯୋଜକ ଶ୍ରୀ ଶ୍ରୀକାନ୍ତ ନନ୍ଦ, ସଞ୍ଜୀବ ସାମନ୍ତରାୟ, ଯଶୋବନ୍ତ ପଟ୍ଟନାୟକ, କାଳନ୍ଦୀ ବେହେରା ଙ୍କ ନେତୃତ୍ୱ ରେ ସଭା ସଂଯୋଜନା ସହିତ ସହଯୋଗ ମଧ୍ୟ କରିଥିଲେ।

ରିପୋର୍ଟ  : ରଜତ ମହାପାତ୍ର