

ଗୋପାଳପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଖଲ୍ଲିକୋଟ ମହାବିଦ୍ୟାଳୟର ୧୯୮୩-୮୫ ବର୍ଷରେ ଅଧ୍ୟୟନ କରିଥିବା ପୁରାତନ ଛାତ୍ରଛାତ୍ରୀ ମାନେ ଗତକାଲି ଗୋପାଳପୁର ସ୍ଥିତ ହୋଟେଲ ସି ସାଇଡ ବ୍ରିଜ ପରିସରରେ ଏକତ୍ରିତ ହୋଇ ପୁରାତନ ସ୍ମୃତି ସାଉଁଟିଥିଲେ । ଏହି ଅବସରରେ ଆୟୋଜିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ଡ଼ ଶଙ୍କର ମାଝୀଙ୍କ ଅଧ୍ୟକ୍ଷତା କରାଯାଇଥିବା ବେଳେ ସଭା ପ୍ରାରମ୍ଭରେ ଦୁଇ ପୁରାତନ ବନ୍ଧୁଙ୍କ ଅକାଳ ବିୟୋଗ ଯୋଗୁଁ ନିରବ ପ୍ରାର୍ଥନା କରାଯିବା ସହ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ସୋସାଇଟିରେ ସମାଜସେବା କରିବା ପାଇଁ ଏକ ପାଣ୍ଠି ଗଠନର ନିଷ୍ପତ୍ତି ନିଆଯିବା ସହ ଛାତ୍ରଛାତ୍ରୀ ମାନେ ଏଥିରେ ସାମିଲ ହୋଇ ପାଣ୍ଠି ପ୍ରଦାନ କରିଥିଲେ । ସଭା ଶେଷରେ ଉପସ୍ଥିତ ରହିଥିବା ୭୦ପୁରାତନ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ସଦସ୍ୟମାନେ ବେଳାଭୂମିରେ ସଫେଇ କାର୍ଯ୍ୟ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜେନ୍ଦ୍ର କୁମାର ଜେନା, ସୁରେଶ ପଟ୍ଟନାୟକ, ସନ୍ତୋଷ କୁମାର ମିଶ୍ର, ସୁକାନ୍ତ ପାଣିଗ୍ରାହୀ, ପୁରୁଷୋତ୍ତମ ସାହୁ, ଡଃ ଅଭୟ କେଶରୀ ପରିଛା ପଟ୍ଟନାୟକ, ଡଃ ରମେଶ ପ୍ରଧାନ, ଅଶୋକ ସାମନ୍ତ, ସନ୍ତୋଷିନୀ ନନ୍ଦ, ହରପ୍ରିୟା ପାଣିଗ୍ରାହୀ, ନଳୀନୀ ପଟ୍ଟନାୟକ ସ୍ୱର୍ଣ୍ଣଲତା ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
