ହିଞ୍ଜିଳିକାଟୁ,(ସମୃଦ୍ଧ ଓଡିଶା): ହିଞ୍ଜିଳିକାଟୁ ବିଜ୍ଞାନ ସ୍ଵୟଂଶାସିତ ମହାବିଦ୍ୟାଳୟ ତରଫରୁ ଖଲ୍ଲିକୋଟର ସ୍ବର୍ଗତ ରାଜାସାହେବ ରାଜାବହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ରାମଚନ୍ଦ୍ର ମର୍ଦ୍ଦରାଜ ଶତବାର୍ଷିକୀ ଭବନରେ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଅରୁଣ କୁମାର ଖାଡ଼ଙ୍ଗାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରାକ୍ତନ ବାଣିଜ୍ୟ ବିଭାଗ ମୁଖ୍ୟ ଡ଼. ପ୍ରକାଶ ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଓ ହିଞ୍ଜିଳିକାଟୁ ସ୍ଵୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼. ରମରମଣ ପାଢ଼ୀ ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ। ହିଞ୍ଜିଳିକାଟୁ କଲେଜ ଆଇକ୍ୟୁଏସି ସଂଯୋଜକ ଡ଼. ପ୍ରଫୁଲ୍ଲ କୁମାର ରଥ ମଞ୍ଚାସିନ ଥିଲେ। ଅତିଥିମାନେ ସ୍ବର୍ଗତ ରାଜାସାହେବଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ କଲେଜ ଅଧ୍ୟକ୍ଷ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମର୍ଦ୍ଦରାଜ ଜୟନ୍ତୀ ପାଳନ କମିଟିର ଆବାହକ ପ୍ରାଧ୍ୟାପକ ଡ଼. ପ୍ରଦୀପ କୁମାର ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଶିକ୍ଷା, କୃଷି ଓ ଯୋଗାଯୋଗ କ୍ଷେତ୍ରରେ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଉଲ୍ଲେଖନୀୟ ଅବଦାନ ରହିଥିଲା ବୋଲି ମୁଖ୍ୟଅତିଥି ଡ଼. ମିଶ୍ର ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଡ଼. ପାଢ଼ୀ ରାଜାବହାଦୁରଙ୍କ ସମ୍ପୂର୍ଣ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ। ଅଧ୍ୟାପକ ଡ଼. ସୁରଜ କୁମାର ସାହୁ, ଡ଼. ଗୋକୁଳାନନ୍ଦ ପାତ୍ର, ଅବିନାଶ ଲେଙ୍କା, ଅନିଲ କୁମାର ପାତ୍ର ପରିଚାଳନାରେ ସହଯୋଗ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।
ରିପୋର୍ଟ:-ରଜତ ପଟ୍ଟନାୟକ