
ପୁରୀ(ସମୃଦ୍ଧ ଓଡିଶା) ପୁରୀ ବଡ଼ଦାଣ୍ଡରେ ସ୍ଵଶକ୍ତି ଜାଗରଣ ସେବା ସଂସ୍ଥାନ ତରଫରୁ ପବିତ୍ର ରଥଯାତ୍ରା ଅବସରରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଗୁରୁଜୀ ଶ୍ରୀ ଶ୍ରୀ କ୍ରିଷ୍ଣା ଭାୟାଜୀଙ୍କ ତତ୍ବାବଧାନରେ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଛି। ଏହି ଅବସରରେ ୩୦ ହଜାରରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ ଅନ୍ନ ପ୍ରସାଦ ସେବନ କରିଥିଲେ। ସ୍ଥାନୀୟ ଜିଲ୍ଲା ପ୍ରଶାସନର ଅନୁମୋଦନ କ୍ରମେ ବ୍ରହ୍ମପୁର ସ୍ଥିତ ସ୍ଵଶକ୍ତି ଜାଗରଣ ସେବା ସଂସ୍ଥାନ ପାଇଁଁ ଟାଉନ ଥାନା ନିକଟ ମାଧବ ଖୁଣ୍ଟିଆଙ୍କ ଜାଗାରେ ଏହି କାର୍ଯ୍ୟକ୍ରମରେ ଅନ୍ନ ପ୍ରସାଦ(ଭାତ, ଡାଲମା, ଖଟା ଓ ହାଲୁୱା) ବଣ୍ଟନର ବ୍ୟବସ୍ଥା ହୋଇଥିଲା। ରଥଯାତ୍ରାର ପ୍ରବଳ ଭିଡ଼ ମଧ୍ୟରେ ହଜାର ହଜାର ଶ୍ରଦ୍ଧାଳୁ ଅନ୍ନ ପ୍ରସାଦ ଗ୍ରହଣ କରି ଆୟୋଜକଙ୍କ ଏହି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଅଯୋଧ୍ୟା ନାଗା ଆଖଡ଼ାର ମହା ମନ୍ତ୍ରୀ ଶ୍ରୀ ଶ୍ରୀ ବୈଷ୍ଣବ ଦାସ ମହାରାଜ, ବୃନ୍ଦାବନ ୧୦୦୮ ମହାମଣ୍ଡଳେଶ୍ୱର ଲଳିତ ଦାସ ମହାରାଜ ଓ ସୁଦର୍ଶନ ଦାସ ମହାରାଜଙ୍କ ଦ୍ୱାରା ସମାପନ ହୋଇଥିଲା। ଏହି ଅବସରରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଭକ୍ତ ମାନଙ୍କ ପାଇଁ ସ୍ବଶକ୍ତି ଜାଗରଣ ସେବା ସଂସ୍ଥାନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରକୁ ଡ଼ଃ ଆଦିତ୍ୟ ନାରାୟଣ, ଶୈଳେନ୍ଦ୍ର ଦାଶ, ଗୌରୀ ଶଙ୍କର ପାତ୍ର ପ୍ରମୁଖ ଉପସ୍ଥିତ ରହି ରୋଗୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ଔଷଧ ବଣ୍ଟନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମରେ ଗଣେଷ ପ୍ରଧାନ, ଶ୍ରୀହରି ଦାସ, ଦ୍ଵାରିକା ମହାନ୍ତି, ସନ୍ତୋଷ ମହାନ୍ତି, ଆନନ୍ଦ ଅଗ୍ରୱାଲ, ପ୍ରକାଶ ବେହେରା, ଦିପକ ପାଣିଗ୍ରାହୀ, କୁଞ୍ଜ ସାହୁ, ସନ୍ଦିପ ପାଣିଗ୍ରାହୀ, ବିଭୁତି ପାଣିଗ୍ରାହୀ, ହର ପାଣିଗ୍ରାହୀ, ସମୀର ମହାନ୍ତି, ସୁନୀଲ ରେଡ୍ଡୀ, ସତ୍ୟ ସାହୁ ଓ ସ୍ଵଶକ୍ତି ଜାଗରଣ ସେବା ସଂସ୍ଥାନ ପରିବାରର ସମସ୍ତ ଗୁରୁ ଭାଇ ଓ ଭଉଣୀ ସକ୍ରିୟ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରି ଗୁରୁଜୀଙ୍କ କୃପା ଲାଭ ସହ ପ୍ରଭୂ ଜଗନ୍ନାଥଙ୍କ ଆଶୀର୍ବାଦ ପ୍ରାପ୍ତ କରିଥିଲେ।