

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଜି ତା ୦୩.୧୦.୨୦୨୧ରେ ସ୍ୱଚ୍ଛ ଓଡ଼ିଶା, ସ୍ୱାସ୍ଥ୍ୟ ଓଡ଼ିଶା ଏବଂ ସାମାଜିକ ସେବା କାର୍ଯ୍ୟକ୍ରମ ଏବଂ ବିରାଟ ଅଭିଯାନ ଆରମ୍ଭ ହୋଇଯାଇଛି । ବ୍ରହ୍ମପୁର ମହାନଗର ବିଜୁ ଯୁବ ଜନତା ଦଳର ସଭାପତି ଅଜିତ୍ କୁମାର ପଣ୍ଡାଙ୍କ ସଭାପତିତ୍ବରେ ବ୍ରହ୍ମପୁର ବଡ ମେଡିକାଲର ଆଶୁ ଚିକିତ୍ସା ବିଭାଗ ଏବଂ ରକ୍ତ ଦାନ କେନ୍ଦ୍ରରେ ସଫେଇ ଅଭିଯାନ ଆରମ୍ଭ ହୋଇଛି । ଏଥିରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ କାର୍ଯ୍ୟକୁ ତ୍ଵରାନିତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଦୂର ଦୃଷ୍ଟି ତଥା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନକୁ ପୂରଣ କରିବାକୁ ଆହ୍ବାନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜୟ ସାମଲ, ସୁବାଷ ମହାରଣା, ସଂଘମିତ୍ରା ଦଳେଇ, ଜ୍ୟୋତିରଂଜନ ସାହୁ, ଶୋଭନ ନାୟକ, ସୂର୍ଯ୍ୟକାନ୍ତ ସୁବୁଦ୍ଧି, ନେତାଜୀ ପାତ୍ର, ଧୀରେଶ ସାବତ, କେ. ମଧୁସୂଦନ ରାଓ, ଦୁର୍ଗା ଲାୟକ, ରବୀନ୍ଦ୍ର ମିଶ୍ର, ନିଖିଲ ଚୌଧୁରୀ, ଗିରିଜା ଶତପଥୀ, ତେଜ୍ ସ୍ୱାମୀ, ନେତାଜୀ ପାତ୍ର , ଜିତୁ ସାହୁ, ସିମାଞ୍ଚଳ ସାହୁ, ନଳିନୀ କାନ୍ତ ଦେବଦର୍ଷି, ମୁନ୍ନା ରେଡ୍ଡୀ, ଏ. ଏଙ୍କିଡି ପାତ୍ର, ସୋନାଲି ଗନ୍ତାୟତ, ପି ଆଶାରାଣୀ, ମମତା ବିଷୋୟୀ, ସସ୍ମିତା ସାହୁ, ଲକ୍ଷ୍ମୀ ପାଢ଼ୀ, ଉମା ମିଶ୍ର, ଟି ପ୍ରେମଞ୍ଜଳୀ, ସୁରେନ୍ଦ୍ର ମହାରଣା, ରବୀନ୍ଦ୍ର ସାହୁ, କୈଳାସ ବିଷୋୟୀ, ଶୂନ୍ୟ ଦାସ, ମଳୟ ବିଷୋୟୀ, ଭଗବାନ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


