ସ୍ୱଚ୍ଛ ପାନୀୟଜଳ ବ୍ୟବସ୍ଥା ଦାବିନେଇ ଶିବସେନା ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ …

ଛତ୍ରପୁର(ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ କାଳିପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ବଡ଼ପୁଟି ଗ୍ରାମରେ ଦୀର୍ଘ ଦିନ ହେଲା ପାନୀୟ ଜଳର ସମସ୍ୟା ଲାଗି ରହିଛି । ଯାହାଫଳରେ ଦୂଷିତ ପାଣି ପିଇ ଗ୍ରାମବାସୀ ମାନେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ବହୁ ଲୋକ ମୃତ୍ୟୁବରଣ କରିଥିବା ଖବର ନେଇ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଜିଲ୍ଲାପ୍ରଶାସନ ପକ୍ଷରୁ ପାଣି ଟାଙ୍କି ନିର୍ମାଣ କରି ତୁରନ୍ତ ପାଇପ୍ ମାଧ୍ୟମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା  ଦାବି ନେଇ ଆଜି ଛତ୍ରପୁର ବ୍ଲକ ଶିବସେନା ପକ୍ଷରୁ ଏକ ଦାବି ପତ୍ର ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଦାସଙ୍କୁ ପ୍ରଦାନ କରିଛନ୍ତି । ଆସନ୍ତା ୧୫ଦିନ ମଧ୍ୟରେ ବଡପୁଟି ଗ୍ରାମରେ ପାଣି ଟାଙ୍କି  କାର୍ଯ୍ୟ ଆରମ୍ଭ କରାଯାଉ । ଯଦି ନିର୍ମାଣ କାର୍ଯ୍ୟରେ ବିଳମ୍ବ କିମ୍ବା ପୂର୍ବଭଳି ଅଣଦେଖା କରାଯାଏ , ତେବେ ସମ୍ଭାବ୍ୟ ପରିସ୍ଥିତ ପାଇଁ ଜିଲ୍ଲାପ୍ରଶାସନ ଦାୟୀ ରହିବେ ବୋଲି ମଧ୍ୟ ଦାବି ପତ୍ରରେ ଦର୍ଶାଯାଇଛି । ଏହି ଦାବି ପତ୍ର ପ୍ରଦାନ ବେଳେ ଛତ୍ରପୁର ବ୍ଲକ ଶିବସେନାର ରାଜେଶ ମହାରଣା, ପ୍ରତାପ ଜେନା, ନାରାୟଣ ଗୈାଡ, ରୂପେଶ ବେହେରା, ସିମାଂଚଳ, ଜେ.ଧର୍ମାରାଓ, ଜି.ବାଲରାଜୁ, ଜି.ହରି ରାଓ, ଜି.ଭଗବାନ ରାଓ, ଜି.ନାବାରାଜୁ ରାଓ, କେ.ବୈରାଗୀ ରାଓ, ଜି.କ୍ରିଷ୍ଣା ରାଓ, ଜି.ରାଜା ରାଓ, ତୁଳସୟା ରେଡ୍ଡୀ, ସନାତନ ଚୈାଧୂରୀ, ମହେଶ ବିଷୋୟୀ, ଅନୀଲ ସାହୁ, ରାଧାମୋହନ ଦାସ, ନୀରାକାର ସାହୁ, ଡମ୍ବୁରୁ ବେହେରା, ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

ରିପୋର୍ଟ: ନିମାଇଁ ଚରଣ ପଣ୍ଡା