‘ସ୍ୱଚ୍ଛ ଭାରତ ଅଭିଯାନ’ କାର୍ଯ୍ୟକ୍ରମରେ ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗତ ବୁଧବାର ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ‘ସ୍ୱଚ୍ଛ ଭାରତ ଅଭିଯାନ’ କାର୍ଯ୍ୟକ୍ରମରେ ସ୍ଥାନୀୟ ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିଜ ବିଦ୍ୟାଳୟ ପରିସରର ସ୍ୱଚ୍ଛ ଓ ଉନ୍ନତ ପରିମଳ ବ୍ୟବସ୍ଥାକୁ ସୁଚାରୁ ରୂପେ ସଂପାଦନ କରି ରାଜ୍ୟ ସରକାରଙ୍କ ଦ୍ୱାରା ରାଜ୍ୟସ୍ତରୀୟ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିଲେ । ଭୁବନେଶ୍ୱର ୟୁନିଟ – ୯  ବଳକ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ‘ସୁରଭି’ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମିନତୀ ଦେହୁରୀ, ଶିକ୍ଷୟତ୍ରୀ ନସିମ ଆରା ବେଗମ, ଏସଏମସି ସଭାପତି ପ୍ରତାପ କୁମାର ପଣ୍ଡା, ବିଦ୍ୟାଳୟର ଗଣଶିକ୍ଷାମନ୍ତ୍ରୀ ବଦ୍ରିନାରାୟଣ ପତ୍ରଙ୍କ ଠାରୁ ମାନପତ୍ର ଓ ୧୦ ହଜାର ଟଙ୍କା ପୁରସ୍କାର ଗ୍ରହଣ କରିଥିଲେ । ଏହି ସଫଳତା ନିମନ୍ତେ ପ୍ରଧାନ ଶିକ୍ଷୟତ୍ରୀ ବିଦ୍ୟାଳୟର ସମସ୍ତ ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି