ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଓଡିଶାର ମୁଖ୍ୟମନ୍ତ୍ରୀ ସ୍ୱଚ୍ଛ ସରକାରର ନାରା ଦେଉଥିବା ଶାସନ ଦଳ ବାଳିକା ଶିକ୍ଷା ପ୍ରତି ଗୁରୁତ୍ୱ ଦେବା ସହ ମାଁ’କୁ ସମ୍ମାନ ପାଇଁ ଯଥେଷ୍ଟ ପଦକ୍ଷେପନିଆଯାଉଛି ବୋଲି ପ୍ରଚାରପ୍ରସାର କରି ଚାଲି ଥିବା ବେଳେ ପ୍ରକୃତ ପକ୍ଷେ କିପରି କାର୍ଯ୍ୟ କାରି ହେଉଛି ତାହା ବାଟରେ ପଡି ହାଟରେ ବୁଲୁଛି । ବାସ୍ତବ ସ୍ଥିତି ପରକ୍ଷୀଲେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ବାଚସ୍ପତିଙ୍କ ନିର୍ବାଚନ ମଣ୍ଡଳିରେ ଜଣେ କୋମଳମତି ନାବାଳିକା କେଉଁ ପରିସ୍ଥିତିର ସାମ୍ନା କରିବାକୁ ପଡିଲା ଯାହାକି ବାଧ୍ୟ କରିଥିଲା ଜୀବନକୁ ବାଜି ଲଗାଇ ୧୦ଫୁଟ ଉଚ୍ଚରୁ ଲମ୍ଫମାରିବା ପାଇଁ । ଏହାକୁ ହାଲକା ଭାବରେ କଦାପି ଗ୍ରହଣ କରିବା ଉଚିତ ନୁହେଁ । ବିଗତ ଦିନରେ ଜନୈକ ସାମ୍ବାଦିକ କିଛି ବାସ୍ତବ ସ୍ଥିତି ପରଖି ଶିଶୁ ମାନଙ୍କୁ କୌଣସି ଅସୁବିଧାରୁ ମୁକ୍ତ ରଖିବା ସକାଶେ ସାଂପ୍ରତିକ ସମାଜର ବଳିଷ୍ଠ ମାଧ୍ୟମ, ଯାହାକି ସାମାଜିକ ଗଣମାଧ୍ୟମର ସାହାର୍ଯ୍ୟ ନେଇଥିଲେ । ସେତେବେଳେ ତାହାକୁ ଅତି ହାଲୁକା ଭାବରେ ଗ୍ରହଣକରି ପୋଲିସ ପ୍ରଶାସନ ଓଲଟି ସେହି ସାମ୍ବାଦିକଙ୍କ ଉପରେ ଆଇନର ନାଲି ଆଖି ଦେଖାଇବାକୁ ପଛାଇ ନ ଥିଲେ । ତଦନ୍ତ ନକରି ବିଭିନ୍ନ ଦଫା ଲଗାଇବାରେ ଦିଗପହଣ୍ଡି ପୋଲିସ ପଛାଇ ନଥିଲା । ଏହା କଣ ମୋ-ସରକାରଙ୍କ ନାବାଳିକା ସୁରକ୍ଷା କି? ବୁଦ୍ଧିଜୀବିଙ୍କ ମନ ମଧ୍ୟରେ ପ୍ରଶ୍ନ ସେତେବେଳେ କୌଣସି ଏକ ଚାପର ବଶବର୍ତ୍ତି ନହୋଇ ସରକାରଙ୍କ ଉପଯୁକ୍ତ ବିଭାଗ ବିହିତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ହୁଏତ ଆଜି ଏଭଳି ପରିସ୍ଥିତି ସାମ୍ନା କରିବାକୁ ପଡିନଥାନ୍ତା । ଆବାସିକ ବିଦ୍ୟାଳୟରେ ନବମ ଦଶମ ଶ୍ରେଣୀର ଛାତ୍ରୀମାନେ ରହୁଥିବା ସ୍ଥଳେ ଜିଲ୍ଲା ମହିଳା ଓ ଶିଶୁ ମଙ୍ଗଳ ଅଧିକାରୀ ସମେତ ଶିଶୁ ସୁରକ୍ଷା ସେଲ କେତେଦୂର ସେହି ଅନୁଷ୍ଠାନ ପ୍ରତି ନଜର ଦେଇଛନ୍ତି ପ୍ରଶ୍ନବାଚି । ସେହି ବିଦ୍ୟାଳୟ ପଛରେ କେଉଁ ଗଡଫାଦରଙ୍କ ପ୍ରଚ୍ଛନ ହାତ ଅଛି ଯାହା ଫଳରେ ପୋଲିସ ପ୍ରଶାସନ ବିଭିନ୍ନ ଆଳ ଦେଖାଇ ଉପଯୁକ୍ତ କାର୍ଯ୍ଯାନୁଷ୍ଠାନକୁ ଏଡାଇ ଯାଉଛନ୍ତି ତାହା ସାଧାରଣରେ ଆଲୋଚନା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେହି ବିଦ୍ୟାଳୟ ସଂପର୍କୀତ ଯାହା ଖବର ଆସିଲେ ପ୍ରତିକ୍ରିୟା ନେବା ପାଇଁ ଯେତେ କଲ୍ କଲେ ମଧ୍ୟ ଫୋନ ନଉଠାଇବା ସବୁଠାରୁ ଆଶ୍ଚର୍ଯ୍ୟ । ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ନିଦାବିଷ୍ଣୁ କାହିଁକି ? ସେହି ବିଦ୍ୟାଳୟ ଗୋଟିଏ ମଠ ଜମି ଉପରେ ଅବସ୍ଥିତ ଥିବା ଖବର ବି ଅଛି, ସତ୍ୟାସତ୍ୟ ତହସିଲଦାର ବୁଝିବା ଆବଶ୍ୟକ । କିଶୋରୀ ମାନଙ୍କ ସକାଶେ ଆବାସ ବିଦ୍ୟାଳୟ ଥିବା ସତ୍ୱେ ଏହାର ବିଧିବଧ ସରକାରୀ ପଞ୍ଚନାମା ହୋଇଛି ତ ? କେଉଁ ଆଇନ ନିୟମ ବଳରେ ବ୍ରହ୍ମପୁର କ୍ୟାମ୍ପସ ରହିଛି ତାହା ତଦନ୍ତ ସାପେକ୍ଷ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା