ସ୍ୱର୍ଗତା ଇନ୍ଦିରା ଗାନ୍ଧିଙ୍କ ଜୟନ୍ତୀରେ କଂଗ୍ରେସ ଦଳ ପକ୍ଷରୁ କମଳ ବଣ୍ଟନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ତଥା ଲୌହ ମହିଳା ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ୧୦୧ ତମ ଜୟନ୍ତୀ ଅବସରରେ ଗଞ୍ଜାମଜିଲ୍ଲା କଂଗ୍ରେସ ପକ୍ଷରୁ ବ୍ରହ୍ମପୁର ସ୍ଥିତ ପିଚିପିଚା ନଗର ବସ୍ତିବାସିନ୍ଦାଙ୍କୁ କମଳ ବଣ୍ଟନ କରାଯାଇଛି । ଏହି ଅବସରରେ ଗଞ୍ଜାମଜିଲ୍ଲା କଂଗ୍ରେସ୍ କାର୍ଯ୍ୟକାରୀ ସଭାପତି ଦୀପକ ପଟ୍ଟନାୟକ, ଜିଲ୍ଲା ମହିଳା କଂଗ୍ରେସ୍ ସଭାନେତ୍ରୀ ସ୍ୱରୂପା ତ୍ରିପାଠୀ, ନଗର ସଭାପତି ପ୍ରମୋଦ କୁମାର ଜେନା, ଯୁବ କଂଗ୍ରେସ ସଭାପତି ବିଶ୍ୱଜିତ୍ ପାତ୍ର, ରଶ୍ମି ରଞ୍ଜନ ପଟ୍ଟନାୟକ ପ୍ରମୁଖଙ୍କ ସମେତ ବହୁ ନେତା ଓ କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା